Categories: ଫୁରସତ

ସର୍ବସାଧାରଣ ସ୍ଥାନରେ ଶାର୍ଟ ଖୋଲିଲେ ଦେବାକୁ ପଡ଼େ ଜରିମାନା

ଏମିତି ଏକ ଦେଶ ରହିଛି ଯେଉଁଠି ଦେହରୁ ଶାର୍ଟ ଖୋଲିଲେ ଜରିମାନା ଦେବାକୁ ପଡ଼ିଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ନିୟମ ଚାଇନାରେ ରହିଛି। ଚାଇନାର ଶୋନ୍‌ଡଙ୍ଗ୍‌ ପ୍ରାନ୍ତରେ ଏହି ନିୟମ ଲାଗୁ ହୋଇଛି। ଅଧିକାରୀଙ୍କ ମତରେ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ଏହି ନିୟମ ଲାଗୁ କରାଯାଇଛି। ଚାଇନାର ଆଉ କିଛି ସହରରେ ମଧ୍ୟ ଏହି ନିୟମ ପାଳନ କରାଯିବ। କିନ୍ତୁ କେତେ ଜରିମାନା ଦେବାକୁ ପଡ଼ିବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚାଇନାର ସୋସିଆଲ ମିଡିଆରେ ଏନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ୨୦୧୯ ମାର୍ଚ୍ଚ ୧ରେ ଚାଇନାରେ ଏହି ନିୟମ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହା ଲାଗୁ ହୋଇଛି। ଚାଇନାର ପୂର୍ବତନ ସରକାରଙ୍କ ଲକ୍ଷ୍ୟ ଜରିମାନା ଆଦାୟ କରିବା ନୁହେଁ, ଲୋକଙ୍କୁ ଶିକ୍ଷିତ କରିବା ତଥା ଖରାପ ଲୋକଙ୍କୁ ଭଲ ବାଟକୁ ଆଣିବା। ଚାଇନାର ଯେଉଁ ସହରରେ ଏହି ନିୟମ ଲାଗୁ କରାଯାଇଛି ସେଗୁଡ଼ିକ ହେଲା ଶୟୟାଙ୍ଗ, ହଣ୍ଡାନ୍‌ ଏବଂ ତିୟାନଜିନ୍‌। ପ୍ରଥମେ ଏଠାରେ ଜରିମାନା ଆଦାୟ କରାଯିବ। ଖାଲି ଏତିକି ନୁହେଁ, ଏଠାରେ ଥିବା ଝରଣାରେ ପାଦ କିମ୍ବା ପୋଷାକ ଧୋଇଲେ ମଧ୍ୟ ଜରିମାନା ଦେବାକୁ ପଡ଼ିବ। ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଏବଂ ଜେବ୍ରା କ୍ରସିଂ ମଧ୍ୟରେ ରାସ୍ତା ପାର ହେଲେ ବି ଜରିମାନା ଭରିବାକୁ ପଡ଼ିବ।

Share