Posted inଖେଳ

ସର୍ବାଧିକ ଆୟ କରୁଥିବା ଆଥ୍‌ଲେଟଙ୍କ ଫୋର୍ବସ ତାଲିକାରେ ଏକମାତ୍ର ଭାରତୀୟ ସିନ୍ଧୁ

ନ୍ୟୁୟର୍କ, ୭।୮- ଜଣାଶୁଣା ପତ୍ରିକା ଫୋର୍ବସ ପକ୍ଷରୁ ପ୍ରକାଶ କରାଯାଇଥିବା ବିଶ୍ୱରେ ସର୍ବାଧିକ ଆୟ କରୁଥିବା ମହିଳା ଆଥ୍‌ଲେଟଙ୍କ ତାଲିକାରେ ବ୍ୟାଡ୍‌ମିଣ୍ଟନ ଷ୍ଟାର ପି.ଭି. ସିନ୍ଧୁ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ବାର୍ଷିକ ୫.୫ ନିୟୁତ ଡଲାର ଆୟ କରୁଥିବା ସିନ୍ଧୁ ୧୩ତମ ସ୍ଥାନରେ ରହିଛନ୍ତି। ଏହାର ଅର୍ଥ ଭାରତୀୟ ମୁଦ୍ରାରେ ତାଙ୍କ ବାର୍ଷିକ ଆୟ ୩୮.୮୩ କୋଟି। ସିନ୍ଧୁ ଭାରତର ସବୁଠୁ ଅଧିକ ଆୟକାରୀ ମହିଳା ଆଥ୍‌ଲେଟ। ସେ ଗତବର୍ଷ ପ୍ରଥମ ଭାରତୀୟ ଖେଳାଳି ଭାବେ ସିଜନ ଶେଷରେ ହେଉଥିବା ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ଫାଇନାଲ୍ସ ଜିତିଥିଲେ ବୋଲି ଫୋର୍ବସ ପତ୍ରିକା ପକ୍ଷରୁ କୁହାଯାଇଛି। ଏହି ତାଲିକାରେ ଆମେରିକାର କିମ୍ବଦନ୍ତୀ ମହିଳା ଟେନିସ୍‌ ଖେଳାଳି ସେରେନା ଓ୍ବିଲିୟମ୍ସ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ବାର୍ଷିକ ଆୟ ସର୍ବାଧିକ ୨୯.୨ ନିୟୁତ ଡଲାର, ଯାହାକି ଭାରତୀୟ ମୁଦ୍ରାରେ ୨୦୬ କୋଟିରୁ ଊର୍ଦ୍ଧ୍ୱ। ତାଙ୍କ ପଛକୁ ଗତବର୍ଷର ୟୁଏସ୍‌ ଓପନ ଚାମ୍ପିୟନ ନାଓମି ଓସାକା (୨୪.୩ ନିୟୁତ ଡଲାର) ରହିଛନ୍ତି। ଖେଳାଳିଙ୍କୁ ମିଳୁଥିବା ଟୁର୍ନାମେଣ୍ଟର ପୁରସ୍କାର ରାଶି, ଦରମା, ବୋନସ, ବିଜ୍ଞାପନରୁ ହେଉଥିବା ଆୟ ଓ କୌଣସି ଇଭେଣ୍ଟରେ ଉପସ୍ଥିତ ରହିବା ବାବଦକୁ ୨୦୧୮, ଜୁନ୍‌ରୁ ଚଳିତବର୍ଷ ଏପର୍ଯ୍ୟନ୍ତ ମିଳିଥିବା ଆୟକୁ ଫୋର୍ବସ ହିସାବକୁ ନେଇ ଏହି ତାଲିକା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭଲିବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରକୁ ହରାଇ ମୋହନା ଚାମ୍ପିୟନ

ଦିଗପହଣ୍ଡି,୨୩।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ଗୋଲାଣ୍ଡା ଗ୍ରାମ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଂ କ୍ଳବ ଆନୁକୂଲ୍ୟରେ ସପ୍ତାହ ଧରି...

ଦଶମ ଶ୍ରେଣୀର ଛାତ୍ର ଅଙ୍କିତ ଚାଟାର୍ଜୀ କିଏ? ଯିଏ ସୌରଭ ଗାଙ୍ଗୁଲିଙ୍କ ୩୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଚର୍ଚ୍ଚାରେ…

ନୂଆଦିଲ୍ଲୀ,୨୩।୧: ରଣଜୀ ଟ୍ରଫି ୨୦୨୪-୨୫ ସିଜିନରେ ଲିଗ୍‌ ପର୍ଯ୍ୟାୟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ ଭଳି...

ରଣଜୀରେ ବି ଫେଲ୍‌ ହିଟ୍‌ମ୍ୟାନ୍‌: ଭାଇରାଲ୍‌ ହେଉଛି ଭିଡିଓ

ମୁମ୍ବାଇ,୨୩।୧: ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ରୋହିତ ଶର୍ମା ରଣଜୀ ଟ୍ରଫିରେ ମଧ୍ୟ ଫ୍ଲପ୍‌ ହୋଇଛନ୍ତି। ରଣଜୀ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ...

ବାରବାଟୀ ମ୍ୟାଚ୍‌ର ମଜା ନେବେ ଧର୍ମେନ୍ଦ୍ର ପ୍ରଧାନ: କିଣିଲେ ଟିକେଟ୍‌

କଟକ,୨୩।୧: ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ଏହାକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ...

ଅଭିଷେକଙ୍କ ବିସ୍ଫୋରକ ଅନ୍ଦାଜ୍‌: ଯୁବରାଜଙ୍କ ସହ ହେଲେ ସମକକ୍ଷ

ନୂଆଦିଲ୍ଲୀ,୨୩।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର କୋଲକାତାରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳର...

‘ବିରାଟ’ଙ୍କ ଜର୍ସି ପିନ୍ଧିବେ ରବିନ୍ଦ୍ର ଜାଡେଜା !

ନୂଆଦିଲ୍ଲୀ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଛି। ଫେବୃଆରୀ-ମାର୍ଚ୍ଚରେ ପାକିସ୍ତାନ ଏବଂ...

ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି କ୍ରିକେଟର,୧୪ ବର୍ଷ କ୍ୟାରିୟରରେ…

ନୂଆଦିଲ୍ଲୀ,୨୨।୧: ଗୋଟିଏ ପଟେ ଇଂଲଣ୍ଡ ଦଳ ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳୁଥିବା ବେଳେ ଜଣେ ଇଂଲଣ୍ଡ କ୍ରିକେଟର ଅବସର ଘୋଷଣା କରି ଚମକାଇଛନ୍ତି। ସେ...

ଇଡେନ୍‌ ଗାର୍ଡେନରେ ଅଭିଷେକ ଶର୍ମା ଝଡ଼: ୭ ଉଇକେଟରେ ଜିତିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌କୁ ଜିତି ନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ମାତ୍ର ୧୩୨ ରନ୍‌ରେ ଅଲଆଉଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image