Categories: ଖେଳ

ସର୍ବାଧିକ ଥର ଇନିଂସ ବିଜୟ ହାସଲ କରିଥିବା ଭାରତୀୟ ଅଧିନାୟକ କୋହଲି

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଏକ ଇନିଂସ ଓ ୧୩୦ ରନ୍‌ରେ ଜିତି ନେଇଛି। ଏହା ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳର ଦଶମ ଇନିଂସ ବିଜୟ। ଏଥିସହିତ ଭାରତୀୟ ଅଧିନାୟକ ଭାବେ କୋହଲି ସର୍ବାଧିକ ଥର ଇନିଂସ ବିଜୟ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହି ତାଲିକାରେ ତାଙ୍କ ପଛକୁ ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଇନିଂସ ବ୍ୟବଧାନରେ ୯ ଥର ଟେଷ୍ଟ ଜିତିଥିଲା। ଏଥିରେ ମହମ୍ମଦ ଆଝାରୁଦ୍ଦିନ (୮) ଓ ସୌରଭ ଗାଙ୍ଗୁଲି (୭) ମଧ୍ୟ ରହିଛନ୍ତି।

Share