Categories: ଫୁରସତ

ସର୍ବାଧିକ ହୀରା ଖଚିତ ମୁଦି: ରହିଛି ୭,୭୭୭ଟି ହୀରା

ରତ୍ନପଥର ମଧ୍ୟରେ ହୀରା ଏକ ବହୁମୂଲ୍ୟ ପଥର। ହୀରାଖଚିତ ଗହଣାର ବଜାର ଚାହିଦା ମଧ୍ୟ ବେଶ୍‌ ଅଧିକ। ତେବେ ପୃଥିବୀର ସବୁଠାରୁ ଅଧିକ ହୀରାଖଚିତ ମୁଦି ଭାବେ ଏକ ମୁଦି ସ୍ଥାନ ପାଇଛି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ। ମୁମ୍ବାଇର ଏକ ଗହଣା ପ୍ରସ୍ତୁତକାରୀ ସଂସ୍ଥା ଏଭଳି ଏକ ମୁଦି ପ୍ରସ୍ତୁତ କରି ସୃଷ୍ଟି କରିଛନ୍ତି ରେକର୍ଡ। ଏହି ୧୮ କ୍ୟାରେଟର ହ୍ବାଇଟ ଏବଂ ରୋଜ୍‌ ଗୋଲ୍ଡରେ ନିର୍ମିତ ମୁଦି ଉପରେ ୭,୭୭୭ଟି ହୀରା ଖଞ୍ଜାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪.୯ ମିଲିୟନ ଡଲାର ରହିଛି। ଦିଲ୍ଲୀର ଲୋଟସ ଟେମ୍ପଲ ଆକୃତିରେ ନିର୍ମିତ ଏହି ମୁଦିକୁ ପ୍ରସ୍ତୁତ କରିବା ଲାଗି ୧୨ ଜଣ କାରିଗରଙ୍କୁ ପ୍ରାୟ ୧୮ମାସ ସମୟ ଲାଗିଥିଲା। ତେବେ ବିଶ୍ୱ ଦରବାରରେ ଭାରତୀୟ କାରିଗରିର ଉତ୍କର୍ଷତା ପ୍ରଦର୍ଶନ କରିବା ପୂର୍ବକ ଏଭଳି ଏକ ରେକର୍ଡ କରିବାଲାଗି ଚେଷ୍ଟା କରାଯାଇଥିବା କଥା କହିଛନ୍ତି ଏହାର ପ୍ରୋଜେକ୍ଟ ହେଡ୍‌ ନବୀନ ପ୍ରିନ୍ସ ଭଣ୍ଡାରୀ।

Share