Categories: ଖେଳ

ସର୍ବିୟା ଅଭିନେତ୍ରୀଙ୍କୁ ପଟାଖା କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୧।୧- ଆହତ ସମସ୍ୟା ଯୋଗୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଛାଡ଼ିଛନ୍ତି। ଉକ୍ତ ଫଟୋରେ ହାର୍ଦ୍ଦିକଙ୍କ ସହ ରହିଛନ୍ତି ସର୍ବିୟା ଅଭିନେତ୍ରୀ ନତାସା ଷ୍ଟକୋବିଚ। ଏହାର କ୍ୟାପଶନରେ ଲେଖିଛନ୍ତି, ପଟଖା (ବମ୍‌) ସହ ନୂଆ ବର୍ଷ ଆରମ୍ଭ। ଫଟୋରେ ହାର୍ଦ୍ଦିକ ଅଭିନେତ୍ରୀଙ୍କ ହାତ ଧରିଛନ୍ତି ଓ କ୍ୟାପଶନରେ ହାର୍ଟର ଇମୋଜି ମଧ୍ୟ ଦେଇଛନ୍ତି। ଏଥିରୁ ଜଣାପଡ଼ୁଛି, ଦୁହେଁ ଏବେ ଡେଟ୍‌ କରୁଛନ୍ତି। ଉଲ୍ଲେଖଥାଉ, ଆଇସିସି ବିଶ୍ୱକପବେଳେ ହାର୍ଦ୍ଦିକଙ୍କ ପିଠିରେ ଆଘାତ ଲାଗିଥିଲା। ଯାଞ୍ଚ ପରେ ଗତ ଅକ୍ଟୋବରରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ସେ ଏପର୍ଯ୍ୟନ୍ତ ୧୧ ଟେଷ୍ଟ, ୫୪ ଦିନିକିଆ ଓ ୪୦ ଟି୨୦ ଖେଳିଛନ୍ତି। ତାଙ୍କୁ ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଘୋଷିତ ଭାରତ ଏ’ ଦଳରେ ସ୍ଥାନ ଦିଆଯାଇଛି। ତାଙ୍କ ଭଳି ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ’, ରବିଚନ୍ଦ୍ରନ ଅଶ୍ୱିନ ଓ ଉମେଶ ଯାଦବ ଏହି ଦଳରେ ସ୍ଥାନ ପାଇଛନ୍ତି।

Share