Categories: ଫୁରସତ

ସର୍ବୋଚ୍ଚ ରୋପ୍‌ ଓ୍ବେରେ ଚାଲି ରେକର୍ଡ

ଜର୍ମାନୀର ସର୍ବୋଚ୍ଚ ପର୍ବତ ଜୁଗ୍‌ସପିଜ୍‌ର ଉଚ୍ଚତା ୯୭୧୮ ଫୁଟ୍‌। ଏଠାରେ ଥିବା ୯୯୫ ମିଟର ଲମ୍ବ ରୋପ୍‌ଓ୍ବେରେ ସୁଇଜରଲାଣ୍ଡର ୪୬ ବର୍ଷୀୟ ଫ୍ରେଡି ନକ୍‌ ସନ୍ତୁଳନ ରକ୍ଷା କରି ଚାଲି କରିଛନ୍ତି ରେକର୍ଡ। ଲୁହାର ରୋପ ଓ୍ବେରେ ଚାଲି ସର୍ବୋଚ୍ଚ ଶିଖରରେ ପହଞ୍ଚତ୍ବାକୁ ତାଙ୍କୁ ୯୦ ମିନିଟ ସମୟ ଲାଗିଥିଲା। ଏତେ ଉଚ୍ଚତାରୁ ସନ୍ତୁଳନ ରକ୍ଷା କରି ଚାଲିବା ଥିଲା ବହୁତ କଷ୍ଟକର। ଆଉ ଜୀବନ ପ୍ରତି ବିପଦ ବି ଥିଲା। ଏମିତି କି ସନ୍ତୁଳନ ରକ୍ଷା ପାଇଁ କୌଣସି ବାଲାନ୍ସିଂ ପୋଲ୍‌ ବି ଧରି ନ ଥିଲେ। ନିଜର ଦୁଇ ହାତକୁ ମେଲାଇ ସନ୍ତୁଳନ ରକ୍ଷା କରୁଥିଲେ। ସେ ଏତେ ସାହସୀ ଯେ, ରୋପ୍‌ ଓ୍ବେରେ ଚାଲିବା ସହ ଦୌଡି ବି ପାରନ୍ତି। ସବୁଠାରୁ ଲମ୍ବା ଓ ସମୁଦ୍ରପତ୍ତନଠାରୁ ଉଚ୍ଚତମ ରୋପ ଓ୍ବେରେ ଚାଲି ସେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।

Share