ନୂଆଦିଲ୍ଲୀ,୧୧-୧୦: ସେପ୍ଟେମ୍ବରରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୧୨ ମାସର ସର୍ବୋଚ୍ଚ ସ୍ତରରେ ରହିଥିବା ଏକ ସର୍ଭେରୁ ଜଣାପଡିଛି। ମାତ୍ର ଏହା ସତ୍ତ୍ୱେ ରିଜର୍ଭ ବ୍ୟାଙ୍କ ପୁଣି ଥରେ ସୁଧହାର ହ୍ରାସ କରିବାର ସମ୍ଭାବନା ରହିଛି। ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟ ଭିତରେ ମୁଦ୍ରାସ୍ଫୀତି ରହିଥିବାରୁ ରେପୋ ହାର ହ୍ରାସ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଏକ ସର୍ଭେରେ ପ୍ରକାଶ ପାଇଛି। ବର୍ଷା ଯୋଗୁ ଉତ୍ପାଦନ ଏବଂ ଯୋଗାଣ ପ୍ରଭାବିତ ହେବାରୁ ଦରଦାମ ବୃଦ୍ଧି ହୋଇଥିବା ଦେଖାଯାଇଛି। ୪୦ ଅର୍ଥନୀତିଜ୍ଞଙ୍କୁ ନେଇ ହୋଇଥିବା ସର୍ଭେରେ ସେପ୍ଟେମ୍ବରରେ ଦେଶର ଖାଉଟି ମୂଲ୍ୟ ସୂଚୀ ୩.୭% ରହିବ ବୋଲି ପୂର୍ବାନୁମାନ କରାଯାଇଛି।