Categories: ବାଣିଜ୍ୟ

ସର୍ବୋଚ୍ଚ ସ୍ତରରେ ସେବା କ୍ଷେତ୍ର ଉତ୍ପାଦନ

ନୂଆଦିଲ୍ଲୀ,୫-୩: ନୂଆ ଅର୍ଡରରେ ବୃଦ୍ଧି ଏବଂ ଉନ୍ନତ ବ୍ୟବସାୟିକ ବାତାବରଣ ଯୋଗୁ ଦେଶର ସେବା କ୍ଷେତ୍ର ପରଫରମାନ୍ସ ଫେବୃୟାରୀ ମାସରେ ଉନ୍ନତ ରହିଛି। ଏହି କ୍ଷେତ୍ରର ଉତ୍ପାଦନ ଫେବୃୟାରୀ ମାସରେ ୭ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଥିବା ଜଣାପଡିଛି। ବୁଧବାର ପ୍ରକାଶ ପାଇଥିବା ସର୍ଭିସ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ସର୍ଭିସେସ ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ ଜାନୁୟାରୀରେ ୫୫.୫% ରହିଥିବା ବେଳେ ଏହା ଫେବୃୟାରୀରେ ୫୭.୫% ସ୍ତରରେ ପହଞ୍ଚିଛି। ଜାନୁୟାରୀ ୨୦୧୩ ପରଠାରୁ ସେବା କ୍ଷେତ୍ର ଉତ୍ପାଦନରେ ଏହା ସର୍ବାଧିକ ଅଭିବୃଦ୍ଧି ବୋଲି କୁହାଯାଇଛି। ଘରୋଇ ବଜାରକୁ ବିଦେଶରୁ ଆସୁଥିବା ଅର୍ଡରରେ ବୃଦ୍ଧି ଘଟିଛି। ଗତବର୍ଷ ସେପ୍ଟେମ୍ବର ପରଠାରୁ ଏହା ସର୍ବୋଚ୍ଚ ସ୍ତରର ଅଭିବୃଦ୍ଧି। ଗତ ବର୍ଷ ସେପ୍ଟେମ୍ବରରେ ସେବା କ୍ଷେତ୍ର ପରଫରମାନ୍ସ ୧୯ ମାସର ସବୁଠାରୁ ବଡ ହ୍ରାସ ଦେଖାଯାଇଥିଲା।

Share