ସର୍ବୋଦୟ ସେବକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ପରଲୋକ

କଟକ ଅଫିସ,୯।୫: ସର୍ବୋଦୟ ସେବକ ତଥା ଗାନ୍ଧୀବାଦୀ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଗୁରୁବାର ବିଳମ୍ବିତ ରାତିରେ ଝାଞ୍ଜିରୀମଙ୍ଗଳାସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ଭାଇ ପ୍ରକାଶ ଚନ୍ଦ୍ର ମିଶ୍ର, ରୂପକ ମିଶ୍ରଙ୍କ ସମେତ ପରିବାରବର୍ଗ ଏବଂ ସମ୍ପର୍କୀୟ ଉପସ୍ଥିତ ଥିଲେ। ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ପୁତ୍ର ନୃସିଂହ ମିଶ୍ର ମୁଖାଗି୍ନ ଦେଇଥିଲେ। ସ୍ବାଧୀନତା ସଂଗ୍ରାମୀ ତଥା କଟକ ମହାନଗର ନିଗମର ପୂର୍ବତନ କାଉନସିଲର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ପୁଅ ଥିଲେ। ୧୯୭୫ ମସିହା ଜରୁରୀକାଳୀନ ସମୟରେ ଜୟ ପ୍ରକାଶଙ୍କ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନରେ ସେ ସକ୍ରିୟ ଭାବେ ଯୋଗଦେଇଥିଲେ। ଶ୍ରମିକ ନେତା ତୁଷାର ମହାପାତ୍ର, ରମାକାନ୍ତ ମହାପାତ୍ର, ସର୍ବୋଦୟ ସେବକ ବୈଷ୍ଣବ ଦାସ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Share