ସର୍ବ ବୃହତ୍ତମ ତାରକାପୁଞ୍ଜର ସନ୍ଧାନ ମିଳିଲା: ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଏବେ ଜଣାପଡ଼ିବ

ବୋଷ୍ଟନ,୨୬।୧୦: ସର୍ବ ବୃହତ୍ତମ ତାରକାପୁଞ୍ଜର ସନ୍ଧାନ ମିଳିଛି। ଆମେରିକା ମାସାଚ୍ୟୁସେଟ୍‌ସର ଟେଲିସ୍କୋପ୍‌ ଆଲ୍ମା-୬୬ ଦ୍ୱାରା ଏହି ତାରକାପୁଞ୍ଜ ସମ୍ପର୍କରେ ଜଣାପଡ଼ିଛି। ଏହାର ଅନୁଧ୍ୟାନ ଦ୍ୱାରା ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଜଣାପଡ଼ିବ ବୋଲି ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହି ନକ୍ଷତ୍ରପୁଞ୍ଜର ଗତିଶୀଳତା ଆମ ସୌରମଣ୍ଡଳ ଥିବା ନକ୍ଷତ୍ରପୁଞ୍ଜ ଆକାଶଗଙ୍ଗା ଠାରୁ ଶହେଗୁଣା ଅଧିକ ରହିଛି। ବ୍ରହ୍ମାଣ୍ଡ ସୃଷ୍ଟି ହେବାର ଶହେ କୋଟି ବର୍ଷ ପରେ ଏହି ନକ୍ଷତ୍ରପୁଞ୍ଜ ସୃଷ୍ଟି ହୋଇଥିବା ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି।

Share