Categories: ଜାତୀୟ

ସର୍ବ ସମ୍ମୁଖରେ ପୋଲିସ ଜୋତାକୁ ଚୁମ୍ବନ ଦେଲେ ଏମ୍‌ପି

ହାଇଦ୍ରାବାଦ,୨୧।୧୨: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳର ଏମ୍‌ପି ଗୋରନ୍ତଲା ମାଧବ ଏବେ ଚର୍ଚ୍ଚାରେ। ସେ ତେଲ୍‌ଗୁ ଦେଶମ ପାର୍ଟି(ଟିଡିପି) ନେତା ଜେ. ସି. ଦିବାକର ରେଡ୍ଡୀଙ୍କ ଟିପ୍ପଣୀକୁ ବିରୋଧ କରି ଅନନ୍ତପୁରମରେ ଜଣେ ପୋଲିସଙ୍କ ଜୋତା ସଫା କରିବା ସହ ଏହାକୁ ଚୁମ୍ବନ ଦେବା ଏବେ ଚର୍ଚ୍ଚାକୁ ଆସିଛି। ସୂଚନାଯୋଗ୍ୟ, ଦିବାକର ରେଡ୍ଡୀ ପୂର୍ବରୁ କହିଥିଲେ ଟିଡିପି କ୍ଷମତାକୁ ଫେରିଲେ ପୋଲିସ ମୋ ଜୋତା ଚାଟିବ। ଏହାକୁ ଏବେ ବିରୋଧ କରିଛନ୍ତି ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳର ଏମ୍‌ପି ଗୋରନ୍ତଲା ମାଧବ। ଏହାସହ ଅନନ୍ତପୁର ଜିଲା ଇନ୍ଦୁପୁର ଆସନରୁ ପ୍ରତିନିଧିତ୍ୱ କରୁଥିବା ମାଧବ ଘୋଷଣା କରିଛନ୍ତି ହାଇକମାଣ୍ଡଙ୍କ ନିର୍ଦ୍ଦେଶ ମିଳିଲେ ସେ ଟିଡିପି ନେତାଙ୍କୁ ବୁଦ୍ଧି ଶିଖାଇବାକୁ ଏମ୍‌ପି ପଦରୁ ଇସ୍ତଫା ଦେଇ ପୋଲିସ ବିଭାଗରେ ଭର୍ତ୍ତି ହୋଇଯିବେ।

Share