Advertisement

ସର୍ଭିସ୍‌ ରୋଡର ଶୋଚନୀୟ ଅବସ୍ଥା: ଅଟକିଲା ଅଗ୍ନିଶମ ବିଭାଗ ଗାଡ଼ି

ଆନନ୍ଦପୁର,୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ ନଂ ଜାତୀୟ ରାଜପଥର ବାଇଲୋ-ବାରିଗାଁ ଠାରେ ସର୍ଭିସ୍‌ ରୋଡର ଶୋଚନୀୟ ଅବସ୍ଥାର କରୁଣ ପରିଣତି ଶନିବାର ଦେଖିବାକୁ ମିଳିଛି। ମଧ୍ୟାହ୍ନ ସମୟରେ ବାଇଲୋ ଗ୍ରାମର ମଧୁସୂଦନ ପାଢୀଙ୍କ ଘରେ ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଘସିପୁରା ଅଗ୍ନିଶମ ବିଭାଗ ଗାଡି ଘଟଣାସ୍ଥଳକୁ ଯାଇଥିଲେ ସୁଦ୍ଧା ସର୍ଭିସ୍‌ ରୋଡର ଦୁରାବସ୍ଥା ଯୋଗୁ ପହଞ୍ଚି ପାରି ନ ଥିଲା।

Share