ଭଦ୍ରକ ଅଫିସ, ୨୮।୪: ଭଦ୍ରକ ଜିଲାର ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍ ଘୋଷଣା କରାଯାଇଛି। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ଜିଲାପାଳ ଜ୍ଞାନ ଦାସ। ପ୍ରତି ପଞ୍ଚାୟତରେ ୧୦ରୁ ଊର୍ଦ୍ଧ୍ୱ କୋଲକାତା ଫେରନ୍ତା ଅଛନ୍ତି। ସର୍ଭେଲାନ୍ସ ଜୋନ୍ରେ ଥିବା ୩୨ଟି ପଞ୍ଚାୟତରେ ଘର ଘର ବୁଲି ସର୍ଭେ ହେବ। ସ୍ବାସ୍ଥ୍ୟ ପରୀକ୍ଷା ସହ ସଚେତନ କରାଯିବ। ଲକ୍ଷଣ ଥିଲେ ପରୀକ୍ଷା ହେବ।
ପ୍ରକାଶ ଯେ, ସଟ୍ଡାଉନ ବେଳେ ସବୁ ବ୍ଲକରେ ୨ ଦିନ ସର୍ଭେଲାନ୍ସ କରାଯାଇଥିଲା। ବାହାର ରାଜ୍ୟରୁ ଫେରିଥିବା ଲୋକଙ୍କ ସାମ୍ପଲ ସଂଗ୍ରହ କରାଯାଇଥିଲା। ୨ ଦିନରେ ଜିଲାରୁ ୧୩୦୦ ସାମ୍ପଲ ସଂଗ୍ରହ ହୋଇଥିଲା।