ସର୍ଭେ କରିବାକୁ ଯାଇ ନଦୀରେ ନିଖୋଜ ଘଟଣା: ଛତିଶଗଡ଼ରୁ ମିଳିଲା ସୌଭାଗ୍ୟଙ୍କ ମୃତଦେହ

ବେଗୁନିଆପଡା,୨୩ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ କୋଦଳା ଥାନା ଅନ୍ତର୍ଗତ ବଡଖଇରଖମା ଗ୍ରାମର ସୌଭାଗ୍ୟ କୁମାର ମହାରଣା ଗତ ୧୭ତାରିଖରେ ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନଦୀକୁ ଜଳସ୍ତର ମାପିବାକୁ ଯାଇ ନିଖୋଜ ଥିଲେ। ୫ ଦିନ ପରେ ବୁଧବାର ଛତିଶଗଡରେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରକାଶ ଯେ, ପାଙ୍ଗାମ ନଦୀରେ ବିଜୟଓ୍ବାଡା-ରାଞ୍ଚତ୍ ଜାତୀୟ ରାଜପଥ ୩୨୬ ଅଧୀନରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ବ୍ରିଜ ପାଇଁ ଜଳସ୍ତର ସର୍ଭେ କରିବାକୁ ଭୁବନେଶ୍ୱର ବିକେ କନ୍‌ସଲଟାନ୍‌ସିର ସୌଭାଗ୍ୟ ଓ ଅନ୍ୟ ୪ ଜଣ ଯାଇଥିଲେ। ଜଳସ୍ତର ମାପୁଥିବା ବେଳେ ସୌଭାଗ୍ୟଙ୍କ ଗୋଡ ଖସି ଯାଇଥିଲା। ଲଗାଣ ବର୍ଷା ଯୋଗୁ ନଦୀରେ ଜଳସ୍ତର ଅଧିକ ଥିବାରୁ ସେ ବୁଡି ନିଖୋଜ ହୋଇଯାଇଥିଲେ। ଏହା ଦେଖି ସାଥୀ କର୍ମଚାରୀମାନେ ମାଥିଲି ଥାନାକୁ ଯାଇ ଖବର ଦେଇଥିଲେ। ପୋଲିସ ଏବଂ ଓଡ୍ରାଫ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚତ୍ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା।ଗୁରୁବାର ଛତିଶଗଡ ଅଞ୍ଚଳରେ ନଦୀରୁ ସୌଭାଗ୍ୟଙ୍କ ମୃତଦେହ ମିଳିବା ପରେ ସେଠାକାର ପୋଲିସ ପକ୍ଷରୁ ଏ ନେଇ ବିକେ କନ୍‌ସଲଟାନ୍‌ସିକୁ ଖବର ଦିଆଯାଇଥିଲା। ପରେ ପରିବାର ଲୋକ ଛତିଶଗଡ଼ରେ ପହଞ୍ଚତ୍ ସେଠାରେ ମୃତଦେହ ସତ୍କାର କରିଛନ୍ତି। ସୌଭାଗ୍ୟ ଯେଉଁ କମ୍ପାନୀରେ କାମ କରୁଥିଲେ ଉକ୍ତ କମ୍ପାନୀ ପକ୍ଷରୁ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି।