ସର୍ଭେ କରୁଥିବା ବେଳେ ପଙ୍ଗାମ ନଦୀକୁ ଖସିଲେ ଜଣେ କର୍ମଚାରୀ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୧୭।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପଙ୍ଗାମ ନଦୀ ପୋଲ ସର୍ଭେ କରିବାକୁ ଯାଇଥିବା ବେଳେ ନଦୀକୁ ଜଣେ କର୍ମଚାରୀ ଖସି ପଡ଼ିଛନ୍ତି। ସେ ହେଲେ ସୌଭାଗ୍ୟ ମହାରଣା। ସୌଭାଗ୍ୟ ନିଖୋଜ ଥିବା ବେଳେ ଘଟଣାସ୍ଥଳରେ ମାଥିଲି ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଏନ୍‌ଏଚ୍‌ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ଲାଗି ୩ଜଣ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେମାନେ କାମ କରୁଥିବା ବେଳେ ସୌଭାଗ୍ୟ ନଦୀକୁ ଖସି ପଡ଼ିଥିଲେ।

Share