Categories: ଜାତୀୟ

ସର୍‌ନେମ ଉଧାର ଆଣିଛନ୍ତି ରାହୁଲ: ଗିରିରାଜ ସିଂ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ ’ ବୟାନକୁ ନେଇ ବିବାଦ ଥମିବାର ନାଁ ନେଉନି। ଶନିବାର ପୁଣିଥରେ ରାହୁଲ ଏଥିପାଇଁ କ୍ଷମା ମାଗିବେ ନାହିଁ ବୋଲି ମନା କରିଦେବା ପରେ ଏହାକୁ ନେଇ ରାଜନୀତି ହୋଇଛି ସରଗରମ। ରାମଲିଳା ମଇଦାନରେ ଆୟୋଜିତ ‘ଭାରତ ବଚାଓ’ ରାଲିରେ ଉଦ୍‌ବୋଧନ ଦେବା ସମୟରେ ରାହୁଲ କ୍ଷମା ନ ମାଗିବା କଥା କହିଛନ୍ତି। ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଗିରିରାଜ ସିଂ ଏହାର ପାଲଟା ଜବାବ ଦେଇଛନ୍ତି। ଟୁଇଟ୍‌ କରି କେନ୍ଦ୍ରମନ୍ତ୍ରୀ ଗିରିରାଜ କହିଛନ୍ତି ବୀର ସାବରକର ସଚ୍ଚା ଦେଶଭକ୍ତ ଥିଲେ.. ହେଲେ କେହି ସରନେମ୍‌ ଉଧାର ନେଲେ ଗାନ୍ଧୀ ହୋଇଯିବେନି କି ଦେଶଭକ୍ତ ମଧ୍ୟ ହେବେନି। ଦେଶଭକ୍ତ ହେବାକୁ ହେଲେ ଶରୀରରେ ହିନ୍ଦୁସ୍ତାନୀର ରକ୍ତ ପ୍ରବାହିତ ହେବା ଦରକାର। ବେଶ ବଦଳାଇ ଅନେକ ଲୋକ ତ ଭାରତକୁ ଲୁଟୁଛନ୍ତି ହେଲେ ଏବେ ତାହା ସମ୍ଭବ ହେବନି। ଏହାପରେ ଗିରିରାଜ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରାହୁଲ ଗାନ୍ଧୀ ଦେଶର ସାଧାରଣ ନାଗରିକ କି ବୋଲି ପ୍ରଶ୍ନ କରିଛନ୍ତି।

Share