ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ବହରାଇଚଠାରେ ସରୟୁ ନଦୀରେ ରବିବାର ଏକ ଡଙ୍ଗା ବୁଡିି ଯିବା ଫଳରେ ୧୭ ଜଣ ନିଖୋଜ ଥିବା ବେଳେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଚାଷ କାମ ପାଇଁ ଗୋଟିଏ ଡଙ୍ଗାରେ ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଡଙ୍ଗାରେ ଯାତ୍ରା କରୁଥିବା ବେଳେ ମଝି ନଈରେ ଡଙ୍ଗାଟି ଓଲଟି ପଡିଥିଲା। ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଏନ୍ଡିଆର୍ଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।