ସଲମାନଙ୍କ ପରେ ଆମିରଙ୍କ ଲୁକ୍‌କୁ କପି କଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ଅନେକ ସମୟରେ ସେ ତାଙ୍କର ବିଭିନ୍ନ ଷ୍ଟାଇଲର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଚର୍ଚ୍ଚାକୁ ଆସି ଥାଆନ୍ତି। କିଛିଦିନ ତଳେ ସେ ବଲିଉଡ୍‌ ଭାଇଜାନ ଅର୍ଥାତ୍‌ ସଲମାନ ଖାଁଙ୍କ ଲୁକ୍‌ର ଏକ ଫଟୋ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ସେ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଲୁକ୍‌ ଥିବା ଏକ ଫଟୋ ଶେୟାର କରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। କୁହାଯାଏ କାର୍ତ୍ତିକ ଯେତେ ଚର୍ଚ୍ଚାକୁ ଆସିଲେ ବି ସାରା ଅଲ୍ଲି ଖାଁଙ୍କ ସହ ତାଙ୍କର ସମ୍ପର୍କ ସବୁବେଳେ ଥାଏ ଚର୍ଚ୍ଚାରେ। ଏବେ ସେ ତାଙ୍କର ଅପକମିଂ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି। ଏବେ ସେ ସେହି ଫିଲ୍ମର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଆମିର ଖାଁଙ୍କ ଲୁକ୍‌କୁ କପି କରିଛନ୍ତି। ଏହି ଫଟୋରେ କାର୍ତ୍ତିକ ଜୁହି ଚାଓ୍ବଲା ଓ ଆମିର ଖାଁଙ୍କ ଅଭିନୀତ ଫିଲ୍ମ ‘କୟାମତ ସେ କୟାମତ ତକ’ର ଏକ ଚରିତ୍ରକୁ କପି କରିଥିବା ଦେଖାଯାଇଛି। ଏହି ଫଟୋ ସହ କାର୍ତ୍ତିକ କ୍ୟାପଶନ ଲେଖିଛନ୍ତି, ପୁଅମାନଙ୍କ ମଧ୍ୟରେ କିଛି ତ କଥା ଅଛି। କାର୍ତ୍ତିକଙ୍କର ଏହି ଲୁକ୍‌କୁ ତାଙ୍କର ପ୍ରଶଂସକମାନେ ବେଶ୍‌ ପସନ୍ଦ କରୁଛନ୍ତି।

Share