ସଲମାନଙ୍କ ପିତାଙ୍କୁ ହୃଦୟ ଦେଇବସିଥିଲେ ଏହି ଆଇଟମ୍‌ ଗର୍ଲ

ବଲିଉଡର ସବୁଠାରୁ ଚର୍ଚ୍ଚିତ ଡ୍ୟାନ୍ସର ଥିଲେ ହେଲେନ। ୨୧ ନଭେମ୍ବର ୧୯୩୮ରେ ମିଆଁମାରରେ ଜନ୍ମିତ ଏହି ଆଙ୍ଗ୍ଲୋ ଇଣ୍ଡିଆନ ଅଭିନେତ୍ରୀ ଆଜି ୮୧ ବର୍ଷରେ ପଦାର୍ପଣ କରିଛନ୍ତି। ବଲିଉଡରେ ସେ ଆଇଟମ ଗର୍ଲ ଭାବେ ପରିଚିତ ଥିଲେ। ରିଲରେ ନିଜ ଡ୍ୟାନ୍ସ ଜରିଆରେ ଦର୍ଶକ ହୃଦୟ ଜିତିଥିବା ହେଲେନଙ୍କ ରିୟଲ କାହାଣୀ କୌଣସି ସିନେମାଠୁ କମ ନୁହେଁ। ପିତାଙ୍କ ମୃତ୍ୟୁ ପରେ ସେ ନିଜ ପରିବାର ସହ ଭାରତ ପଳାଇଆସିଥିଲେ। ଏଠାରେ ପରିବାର ଚଳିବା ପାଇଁ ତାଙ୍କ ମା’ଙ୍କୁ ବହୁ କଷ୍ଟ କରିବାକୁ ପଡିଥିଲା। ତାଙ୍କୁ ସାହାଯ୍ୟ କରିବାକୁ ହେଲେ ଆଗେଇ ଆସିଥିଲେ। ବହୁ ସଂଘର୍ଷ ପରେ ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ପ୍ରଥମେ ସେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ଅଭିନୟ କରୁଥିଲେ। ପରେ ଆଇଟମ ଗାର୍ଲ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ୧୯୬୨ରେ ସିନେମା ‘କାବିଲ ଖାନ’ ସମୟରେ ସଲମାନଙ୍କ ବାପା ସଲିମ ଖାନଙ୍କ ସହ ହେଲେନଙ୍କ ଦେଖାହୋଇଥିଲା। ଆଉ ପ୍ରଥମ ଦେଖାରେ ହିଁ ହେଲେନଙ୍କୁ ହୃଦୟ ଦେଇ ବସିଲେ ସଲିମ। ପ୍ରଥମେ ଉଭୟଙ୍କ ସମ୍ପର୍କକୁ ଗ୍ରହଣ କରି ନ ଥିଲେ ସଲିମଙ୍କ ପ୍ରଥମ ପତ୍ନୀ ସଲମା। ବାରଣ ସତ୍ତ୍ୱେ ହେଲେନଙ୍କୁ ବିବାହ କରିଥିଲେ ସଲିମ। ପରେ କିନ୍ତୁ ସବୁ କିଛି ଠିକ ହୋଇଯାଇଥିଲା। ସେ ହିଁ ରାସ୍ତା କଡରୁ ଅର୍ପିତାଙ୍କୁ ଆଣି ପାଳିଥିଲେ। ସିନେମାରେ ତାଙ୍କ ଯୋଗଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ କରାଯାଇଥିଲା।

Share