Advertisement

ସଲମାନଙ୍କ ଫଟୋ ପକେଟରେ ଧରି ବୁଲୁଥିଲେ ଏହି ଅଭିନେତା

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଛି। ଫିଲ୍ମ ‘ଭାରତ’ରେ ସଲ୍ଲୁଙ୍କ ପିତା ଭୂମିକା ନିଭାଇଛନ୍ତି ଜ୍ୟାକି। ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଜ୍ୟାକି କହିଛନ୍ତି ସଲମାନ ମୋ ପୁଅ ଭଳି। ୧୯୮୮ରେ ଫିଲ୍ମ ‘ଫଲକ’ ରିଲିଜ ହୋଇଥିବା ସମୟରେ ସଲମାନଙ୍କ କିଛି ଫଟୋ ଉଠାଇଥିଲେ ଜ୍ୟାକି। ଯାହାକୁ ପକେଟରେ ଧରି ବୁଲୁଥିଲେ ଏବଂ ତାଙ୍କୁ ଫିଲ୍ମରେ ନେବା ପାଇଁ ପ୍ରଯୋଜକଙ୍କୁ ନିବେଦନ କରୁଥିଲେ ବୋଲି ଜ୍ୟାକି କହିଛନ୍ତି। ସେ ସମୟରେ ମୁଁ ଭାବିନେଇଥିଲି, ଦିନେ ନା ଦିନେ ସଲ୍ଲୁ ଷ୍ଟାର୍‌ ହେବ। ଆଜି ତାହା ସତ ହୋଇଛି। ‘ଭାରତ’ରେ ସଲ୍ଲୁଙ୍କ ପିତା ଭୂମିକା ନିଭାଇବା ମୋ ପାଇଁ ଗୌରବର କଥା ବୋଲି ଜ୍ୟାକି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share