ସଲମାନଙ୍କ ଫିଲ୍ମ ଦେଖିବାକୁ ପ୍ରଶଂସକଙ୍କ ଏମିତି ନିଶା : ପୂରା ହଲ୍‌ ବୁକ୍‌ କରିଦେଲେ

ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି। ଏହି ଫିଲ୍ମ ଆସନ୍ତା ୫ ତାରିଖରେ ରିଲିଜ ହେବ। ଏବେଠୁ ଫିଲ୍ମର ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଗଲାଣି। ଫିଲ୍ମ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଏମିତି ନିଶା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ସଲମାନଙ୍କ ଜଣେ ପ୍ରଶଂସକ ପୂରା ସିନେମା ହଲ୍‌ ବୁକିଂ କରିଦେଇଛନ୍ତି।
ଯୁବକ ଜଣକ ହେଲେ ନାସିକ୍‌ରେ ରହୁଥିବା ଆଶିଷ ସିଂଘଲ। ଫିଲ୍ମ ରିଲିଜର ପ୍ରଥମ ଶୋ’ ଦେଖିବା ପାଇଁ ଆଶିଷ ନାସିକର ଏକ ସିନେମା ହଲ ବୁକ୍‌ କରିଛନ୍ତି। ଏହି ଫିଲ୍ମରେ ସଲମାନ୍‌ଙ୍କୁ ଅଲଗା ଅଲଗା ଲୁକ୍‌ରେ ଦେଖିବାକୁ ମିଳିବ। ଅଲ୍ଲୀ ଅବାସ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ୍‌ ଯୁବ ସର୍କସ ଚାମ୍ପିୟନଠାରୁ ଆରମ୍ଭ କରି ୬୦ ବର୍ଷ ବୃଦ୍ଧ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫ୍‌, ଦିଶା ପଟାନୀ, ତବୁ, ସୁନୀଲ ଗ୍ରୋଭର, ଜ୍ୟାକିଶ୍ରଫ୍‌ଙ୍କୁ ଦେଖିବାକୁ ମିଳିବ।

Share