Advertisement

ସଲମାନଙ୍କ ବ୍ରେସ୍‌ଲେଟ୍‌ର ଆକାଉଣ୍ଟ ଖୋଲାଗଲେ ମୋଠାରୁ ଅଧିକ ଫଲୋଅର୍ସ ହେବେ: ଟାଇଗର

ବଲିଉଡର ଲାୟନ (ସିଂହ) ହେଉଛନ୍ତି ସଲମାନ୍‌ ଖାନ୍‌। ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ଙ୍କ ବ୍ରେସ୍‌ଲେଟ୍‌ର ଏକ ଆକାଉଣ୍ଟ ଖୋଲାଗଲେ ତାହାର ଅନେକ ଫଲୋଅର୍ସ ହେବେ। ନିକଟରେ ଏକ ସାକ୍ଷାତ୍‌କାରରେ ଏପରି କହିଛନ୍ତି ଟାଇଗର୍‌ ଶ୍ରଫ୍‌। ପ୍ରକୃତ କଥାଟା ହେଲା ଟାଇଗର ହେଉଛନ୍ତି ସଲମାନ୍‌ଙ୍କ ଜଣେ ବଡ଼ ପ୍ରଶଂସକ। ସେ କେବେ ସଲମାନ୍‌ଙ୍କ ସହ ଫିଲ୍ମରେ ଏକତ୍ର କାମ କରି ନାହାନ୍ତି। ହେଲେ ତାଙ୍କ ଅଭିନୟ ପ୍ରତି ସେ ଖୁବ୍‌ ପ୍ରଭାବିତ ହୋଇଥିବା କହିଛନ୍ତି। ଆହୁରି ମଧ୍ୟ ସେ କୁହନ୍ତି, ସଲମାନ୍‌ଙ୍କ ଫିଲ୍ମ ଦେଖି ମୁଁ ବଡ଼ ହୋଇଛି।
ଟାଇଗରଙ୍କ ବାପା ଜ୍ୟାକି ଶ୍ରଫ୍‌ ଏବଂ ସଲମାନ୍‌ ହେଉଛନ୍ତି ଭଲ ବନ୍ଧୁ। ସଲମାନ୍‌ଙ୍କ ଆଗାମୀ ଫିଲ୍ମ ‘ରାଧେ’ରେ ଜ୍ୟାକିଙ୍କୁ ଦେଖିବାକୁ ମିଳିବ। ଏଥିସହ ଟାଇଗରଙ୍କ ପ୍ରେମିକା ଦିଶା ପଟାନୀ ଫିଲ୍ମର ପ୍ରମୁଖ ନାୟିକା ଚରିତ୍ରରେ ରହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share