ସଲମାନଙ୍କ ସହ ଥିବା ଏହି ଯୁବକ ଜଣଙ୍କ ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ପ୍ରତିଦିନ କିଛି ନା କିଛି ଫଟୋ କିମ୍ବା ଭିଡିଓ ସେ ପୋଷ୍ଟ କରୁଥିବାର ନଜିର ରହିଛି। ନିକଟରେ ସେ ଏକ ଭିଡିଓ ପୋଷ୍ଟ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଭିଡିଓରେ ଥିବା ଯୁବକ ଜଣକ ହେଉଛନ୍ତି ଇଣ୍ଡିଆନ୍‌ ଆଇଡଲ୍‌ ଫେମ୍‌ ଥୁପେନ୍‌। ତାଙ୍କ ଘର ଅରୁଣାଚଳ ପ୍ରଦେଶରେ। ଦୁଇ ହାତ ନ ଥିବା ସତ୍ତ୍ୱେ ଥୁପେନ ଇଣ୍ଡିଆନ୍‌ ଆଇଡଲ୍‌ ସିଜନ୍‌ ୯ରେ ଭାଗ ନେଇଥିଲେ। ଏହାସହ ବଲିଉଡ ଏବଂ ଆଲବମରେ ମଧ୍ୟ ଗୀତ ଗାଇ ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ତାଙ୍କ ନିଷ୍ଠା ଆଗରେ ଶାରୀରିକ ଅକ୍ଷମତା ହାର ମାନିଛି, ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସଲମାନ କହିଛନ୍ତି।

Share