ସଲମାନ୍‌ଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ କ୍ୟାଟ୍ରିନା

ସଲମାନ୍‌ ଖାନ୍‌ – କ୍ୟାଟ୍ରିନା କୈଫ୍‌ଙ୍କ ରିଲେସନ୍‌ଶିପ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ।  ପ୍ରଥମ ଥର ପାଇଁ ଫିଲ୍ମ ‘ମୈନେ ପ୍ୟାର୍‌ କ୍ୟୁଁ କିୟା’ରେ ଏକାଠି ନଜର ଆସିଥିଲେ। ଏହା ପରେ ଦୁଇଜଣ କିଛି ଫିଲ୍ମରେ ମିଶି କାମ କରିଛନ୍ତି। ଫିଲ୍ମ ‘ୟୁବରାଜ୍‌’ରେ ଏମାନଙ୍କ ରିଲେସନ୍‌ଶିପ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ କ୍ୟାଟ୍ରିନା କିମ୍ବା ସଲ୍‌ମାନ ଏନେଇ କେହି କେବେ ମୁହଁ ଖୋଲି ନ ଥିଲେ।

କିଛିଦିନ ପରେ ରଣବୀର କପୁରଙ୍କ ସହିତ କ୍ୟାଟି୍ରିନାଙ୍କ ଆଫେୟାର ଚାଲିଥିବା ଖବର ଶୁଣିବାକୁ ମିଳିଲା। ଏହା ପରେ କ୍ୟାଟ୍‌ ସୁଲୁଙ୍କଠାରୁ ଦୂରେଇ ଗଲେ। ଯେତେବେଳେ ସଲମାନ୍‌ ଏବଂ କ୍ୟାଟ୍ରିନା ୫ ବର୍ଷ ପରେ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ରେ ନଜର ଆସିଲେ, ଫ୍ୟାନ୍‌ଙ୍କୁ ଲାଗିଲା ଆଜି ବି ଏମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଛି। ଏ ସମ୍ପର୍କରେ କ୍ୟାଟ୍ରିନା କୁହନ୍ତି, ସଲମାନ ତାଙ୍କର ଜଣେ ଭଲ ସାଙ୍ଗ। ଏହାବ୍ୟତୀତ ତାଙ୍କ ସହ ଅନ୍ୟ କୌଣସି ସମ୍ପର୍କ ନାହିଁ। ସେ କୁହନ୍ତି, ସଲମାନଙ୍କ ସହିତ ମୋର ୧୬ ବର୍ଷର ସମ୍ପର୍କ। ଭଲ ବନ୍ଧୁ ବ୍ୟତୀତ ସେ ଆଉ କିଛି ନୁହନ୍ତି। ସଲମାନ୍‌ ଜଣେ ଭଲ ମଣିଷ। ହୋଇପାରେ ଆମେ ଦୁଇଜଣ କଣ୍ଟାକ୍ଟରେ ସବୁବେଳେ ରହି ନ ପାରୁ କିନ୍ତୁ ମୋର ଜରୁରୀ ସମୟରେ ସେ ସାଥ୍‌ ଦେଇଥାନ୍ତି।

ଏହି ଯେମିତି ଆଇଫା ଆଓ୍ବାର୍ଡରେ କ୍ୟାଟ୍ରିନା ଡ୍ୟାନ୍ସ କରୁଥିବା ସମୟରେ ସଲମାନ୍‌ ଠିଆ ହୋଇପଡ଼ି କ୍ୟାଟ୍ରିନା କ୍ୟାଟ୍ରିନା କହି ଚିୟର କରୁଥିଲେ। ଆଓ୍ବାର୍ଡ ଦେବା ପାଇଁ ଯେତେବେଳେ କ୍ୟାଟ୍ରିନାଙ୍କ ନାମ ଘୋଷଣା କରାଗଲା, ସଲମାନ୍‌ ସିଟ୍‌ରୁ ଉଠିପଡ଼ି ସିଟି ବଜାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

Share