ଯୋଧପୁର,୧୮ା୬(ଆଇଏଏନ୍ଏସ୍): ଅଦାଲତରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ସ୍ଥାନୀୟ ଅଦାଲତ ସୋମବାର ଅଭିନେତା ସଲମାନ୍ ଖାନ୍ଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୦୬ରେ ରାଜସ୍ଥାନ ସରକାର ତାଙ୍କ ବିରୋଧରେ କରିଥିବା ଆବେଦନକୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଅଙ୍କିତ ରମନ୍ ଖାରଜ କରିଦେଇଛନ୍ତି। ୧୯୯୮ରେ ‘ହମ୍ ସାଥ୍ ସାଥ୍ ହେଁ’ ଫିଲ୍ମ ଶୁଟିଂ ବେଳେ କୃଷ୍ଣସାର ମୃଗ ଶିକାର ବେଳେ ପାଖରେ ମାରଣାସ୍ତ୍ର ରଖିଥିଲେ। ଏହାର ଲାଇସେନ୍ସ ରେନ୍ୟୁଆଲ୍ କରିବାକୁ ଦିଆଯାଇଥିଲେ ହେଁ ତାହା ହଜିଯାଇଛି ବୋଲି କୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ।