ସଲମାନ, କ୍ୟାଟ୍ରିନାଙ୍କ ବିବାହ ଭିଡିଓ ଭାଇରାଲ

ବଲିଉଡ ଭାଇଜାନ୍‌ ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଭିଡିଓ ଭାଇରାଲ ହୋଇଛି। କିନ୍ତୁ ଏହି ଭିଡିଓଟି ରିୟଲ୍‌ ନୁହେଁ ରିଲ୍‌ ବୋଲି ଜଣାପଡିଛି। ସଲମାନଙ୍କ ଡିଜାଇନର୍‌ ଆସ୍ଲେ ରେବେଲେ ଭାରତ ଫିଲ୍ମର ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ନିକଟରେ ରିଲିଜ୍‌ ହୋଇଥିବା ସଲମାନଙ୍କ ଫିଲ୍ମ ‘ଭାରତ’ର କିଛି ଅଂଶ। ଏଥିରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହେଉଛି। ଉଭୟ ପରସ୍ପରକୁ ଫୁଲମାଳ ମଧ୍ୟ ପିନ୍ଧାଉଥିବା ଦେଖାଯାଇଛି। ।

Share