ସଲମାନ ଖାନଙ୍କ ଘରେ କ୍ରାଇମବ୍ରାଞ୍ଚ୍‌ ଚଢାଉ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଘରେ କ୍ରାଇମବ୍ରାଞ୍ଚ୍‌ ଚଢାଉ କରିଛି। ସଲମାନଙ୍କ ପରିବାର କୌଣସି ସଦସ୍ୟ ନାଁରେ ଅଭିଯୋଗ ନାହିଁ ବରଂ ୨୦ ବର୍ଷ ହେବ ତାଙ୍କ ବଙ୍ଗଳାର ଦେଖାଶୁଣା କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ବ୍ୟକ୍ତି ମୁମ୍ବାଇ ପୋଲିସ ଗତ ୨୯ ବର୍ଷ ହେବ ଖୋଜୁଥିଲା। ସଲ୍ଲୁଙ୍କ ଗୋରାଇସ୍ଥିତ ବଙ୍ଗଳାରେ କାମ କରୁଥିବା ଶକ୍ତି ସିଦ୍ଧେଶ୍ୱର ରାଣା ନାମକ ୬୨ ବର୍ଷୀୟ ବ୍ୟକ୍ତି ୧୯୯୦ରେ ଏକ ଚୋରି ଅପରାଧରେ ପୋଲିସ ତାଙ୍କୁ ଗିରଫ କରିଛି। ଶକ୍ତିଙ୍କ ନାଁରେ ଜାମିନବିହୀନ ପରଓ୍ବାନା ଜାରି କରାଯାଇଥିଲା। ଏହି ମାମଲାରେ ପୋଲିସ ସଲମାନ ଖାନ୍‌ଙ୍କୁ ମଧ୍ୟ ପଚରାଉଚରା କରିପାରେ।

Share