ସଲ୍‌ମାନ ଭାଣିଜୀଙ୍କୁ କିସ୍‌ କରୁଥିବାର ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ ଖାଁ ତାଙ୍କ ଭଉଣୀ ଅର୍ପିତାଙ୍କ ପିଲାମାନଙ୍କ ସହ ବେଶ୍‌ କୌତୁକିଆ ଢଙ୍ଗରେ ବେଳେବେଳେ ନଜରକୁ ଆସନ୍ତି। ଏଥର ତାଙ୍କ ଜନ୍ମଦିନ ଅବସରରେ ଅର୍ପିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ସେବେଠାରୁ ଭାଣିଜୀଙ୍କ ସହ ସଲ୍‌ମାନଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଅର୍ପିତା ଏମିତି ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ସଲ୍‌ମାନ, ଭାଣିଜୀ ଆୟତଙ୍କୁ କିସ୍‌ କରୁଥିବା ଦେଖିବାକୁ ମିଳିଛି। ଅର୍ପିତା ଏହି ଭିଡିଓ ଶେୟାର କରିବା ସହ ଲେଖିଛନ୍ତି, ମାମୁ ଆମେ ତୁମକୁ ବହୁତ ଭଲପାଉ। ଯଦିଓ ଆୟତ ଏବେ କଥା କହିନାହାନ୍ତି ହେଲେ ତାଙ୍କର ଭାବନାକୁ ମାଆ ଅର୍ପିତା ଶେୟାର କରିଛନ୍ତି ବୋଲି କୁହାଯାଉଛି। ୨୭ ଡିସେମ୍ବର ୨୦୧୯ରେ ଅର୍ଥାତ୍‌ ସଲ୍‌ମାନଙ୍କ ଜନ୍ମଦିନରେ ଅର୍ପିତା ସିଜରିଆନ୍‌ ସେକ୍ସନ୍‌ ମାଧ୍ୟମରେ ଆୟତଙ୍କୁ ଜନ୍ମ ଦେଇଥିବା ବେଳେ ଏପର୍ଯ୍ୟନ୍ତ ଜନ୍ମଦିନରେ ସଲ୍‌ମାନଙ୍କୁ ମିଳିଥିବା ଉପହାର ମଧ୍ୟରେ ଭାଣିଜୀ ଆୟତ ତାଙ୍କ ପାଇଁ ସବୁଠାରୁ ଦାମୀ ଉପହାର ବୋଲି କୁହନ୍ତି ସଲ୍‌ମାନ।

Share