ସଲମାନ ସାର୍‌ଙ୍କ ସହ କାମ କରିବେନି ଦିଶା!

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଏବେ ସବୁଠି ଲାଗିଛି ଚର୍ଚ୍ଚା। ଏଥିରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜର ଆସିବେ। ହେଲେ ବଲିଉଡ୍‌ ନାୟିକା ତବୁ ଓ ଦିଶା ପାଟନୀଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ସଲମାନ ସାର୍‌ଙ୍କ ସହ ଅଭିୟ କରିଥିବାରୁ ଦିଶା ନିଜକୁ ବେଶ୍‌ ଭାଗ୍ୟବାନ୍‌ ବୋଲି କହିଛନ୍ତି। ନିକଟରେ ମୁମ୍ବାଇ ମିରରକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଦିଶା କହିଛନ୍ତି, ଏହାପରେ ହୁଏତ ତାଙ୍କୁ ଆଉ ସଲମାନ୍‌ ସାର୍‌ଙ୍କ ସହ କାମ କରିବାର ସୁଯୋଗ ନ ମିଳି ପାରେ। କାରଣ ହେଉଛି ଉଭୟଙ୍କ ମଧ୍ୟରେ ବୟସର ବ୍ୟବଧାନ ବେଶ୍‌ ଅଧିକ। ତେଣୁ ଏହି କାରଣ ପାଇଁ ହୁଏତ ଭବିଷ୍ୟତରେ ତାଙ୍କୁ ଆଉ ସଲମାନଙ୍କ ସହ କାମ କରିବାକୁ ଦିଆ ନ ଯାଇ ପାରେ। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥିବା ଦିଶା କିନ୍ତୁ ସଲମାନଙ୍କ ସହ ଅଭିନୟ କରିବାକୁ ବେଶ୍‌ ଆଶାବାଦୀ ବୋଲି କହିଛନ୍ତି।

Share