ସଲ୍‌ମାନଙ୍କ ଦୁଇଟି ଫିଲ୍ମ ରିଜେକ୍ଟ କରିଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଅଭିନେତ୍ରୀମାନେ ସଲମାନ ଖାଁଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ଚାହିଁ ରହୁଥିବାବେଳେ ଜଣେ ଅଭିନେତ୍ରୀ ତାଙ୍କର ଦୁଇ ଦୁଇଟି ଫିଲ୍ମ ଅଫର ରିଜେକ୍ଟ କରିସାରିଛନ୍ତି। ସେ ହେଉଛନ୍ତି ଅଭିନେତ୍ରୀ ଇଲିୟାନା ଡି’କ୍ରୁଜ୍‌। ସେ ନିଜେ ଏକଥା ଟୁଇଟ୍‌ କରି ତାଙ୍କ ଫ୍ୟାନମାନଙ୍କୁ କହିଛନ୍ତି।
ଜଣେ ଫ୍ୟାନ୍‌ ତାଙ୍କୁ ପ୍ରଶ୍ନ କରିଥିଲେ, ସେ ସଲମାନ୍‌ଙ୍କ କେଉଁ ଫିଲ୍ମରେ ଅଭିନୟ କରିଛନ୍ତି। ଏହାର ଉତ୍ତରରେ ଇଲିିୟାନା କହିଛନ୍ତି, ଆଜି ପର୍ଯ୍ୟନ୍ତ ସଲ୍‌ମାନଙ୍କର କୌଣସି ଫିଲ୍ମରେ ସେ ଅଭିନୟ କରିନାହାନ୍ତି। ଏପରିକି ତାଙ୍କର ଦୁଇ ଦୁଇଟି ଫିଲ୍ମକୁ ରିଜେକ୍ଟ କରିଦେଇଛନ୍ତି। ‘କିକ୍‌’ ଏବଂ ‘ଓ୍ବାଣ୍ଟେଡ୍‌’ ପାଇଁ ସଲମାନ୍‌ ତାଙ୍କୁ ଅଫର ଦେଇଥିଲେ। କିନ୍ତୁ ସେ ମନା କରିଦେଇଥିଲେ। ଏହାର କାରଣ ମଧ୍ୟ ଥିଲା। ପରୀକ୍ଷା ଚାଲୁଥିବାରୁ ‘ଓ୍ବାଣ୍ଟେଡ୍‌’ରେ କାମ କରିବାକୁ ମନା କରିଦେଇଥିବା ବେଳେ ‘କିକ୍‌’ ଅଫର ସମୟରେ ସେ ଅନ୍ୟ ଏକ ଫିଲ୍ମ ପାଇଁ ସାଇନ୍‌ କରିସାରିଥିଲେ।
କହିରଖୁଛୁ ଇଲିୟାନା ଫିଲ୍ମ ‘ପାଗଲପନ୍ତି’ରେ ନଜର ଆସିଥିବା ବେଳେ ଏହା ପୂର୍ବରୁ ସେ ‘ବର୍ଫି’, ‘ରୁସ୍ତମ୍‌’ ଏବଂ ‘ମେ ତେରା ହିରୋ’ରେ ମଧ୍ୟ ନଜର ଆସିଥିଲେ। ଅକ୍ଷୟ କୁମାର, ଅଜୟ ଦେବଗନ୍‌, ରଣବୀର କପୁରଙ୍କ ପରି ସୁପରହିଟ୍‌ ଅଭିନେତାଙ୍କ ସହ ସେ କାମ କରିଛନ୍ତି।

Share