ସଲ୍‌ମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଜ୍ୟାକ୍‌ଲିନ, କହିଲେ ବିଶ୍ରାମ ନେବାକୁ ସମୟ ବାହାର କରନ୍ତୁ

ବମ୍ବେ: ବଲିଉଡ୍‌ର ବ୍ୟସ୍ତ ତାରକାମାନଙ୍କ ମଧ୍ୟରୁ ଅଭିନେତା ସଲ୍‌ମାନ ଖାଁ ଅନ୍ୟତମ। ଗୋଟିଏ ସମୟରେ ଏକାଧିକ କାମ କରୁଥିବା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳେ। ସେ ଫିଲ୍ମର ଶୁଟିଂ ହେଉ ଅଥବା ଅନ୍ୟକିଛି, ନିଜର ଶତପ୍ରତିଶତ ଦେଇଥାନ୍ତି ଭାଇଜାନ୍‌। ଫଳରେ ନିଜ ଶରୀର ପ୍ରତି ସମୟ ଦେଇପାରନ୍ତି ନାହିଁ। ଆଜିକାଲି ମଧ୍ୟ ଏପରି କିଛି ଘଟୁଛି। ଏ କଥାଟି ଆମେ କହୁନାହୁଁ, ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଡିସ୍‌ କହିଛନ୍ତି।

ଜ୍ୟାକ୍‌ଲିନ କହିଛନ୍ତି, ସଲ୍‌ମାନଙ୍କ ସହ କାମ କରିଛି। ଏଣୁ ମୁଁ ଜାଣେ ତାଙ୍କୁ ଶୋଇବା ଲାଗି ସମୟ ମିଳି ନ ଥାଏ। ସେ ସକାଳେ, ଖରାବେଳେ ତଥା ରାତିରେ କାମ କରିଥାଆନ୍ତି। କେତେବେଳେ ଫ୍ଲାଇଟ୍‌ରେ ଥାଆନ୍ତି ତ କେବେ ବିଗ୍‌ବସ୍‌ ପାଇଁ ଶୁଟିଂରେ ବ୍ୟସ୍ତ। ସବୁବେଳେ ଖାଲି କାମ କାମ କାମ। ଏଣୁ ମୁଁ ଭାବେ ସଲ୍‌ମାନଙ୍କୁ ବିଶ୍ରାମ ନେବା ପାଇଁ ସମୟ ବାହାର କରିବା ଆବଶ୍ୟକ। ନଚେତ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବ।

ନିକଟରେ ଆଇଫା ପୁରସ୍କାର ଲାଗି କରାଯାଇଥିବା ଖବରଦାତା ସମ୍ମିଳନୀରେ ସଲ୍‌ମାନଙ୍କ ସହ ଜ୍ୟାକ୍‌ଲିନଙ୍କୁ ଦେଖାଯାଇଥିଲା। ସେଠାରେ ସଲ୍‌ମାନ ଚଳିତ ଥର ଆଇଫା ହୋଷ୍ଟ କରିବା ସ୍ପଷ୍ଟ ହୋଇଥିଲା। ଏଥର ଦେଶୀ ଷ୍ଟାଇଲରେ ଆଇଫା କରାଯାଉଛି। ଇନ୍ଦୋରରେ ମାର୍ଚ୍ଚ ୨୭ରୁ ୨୯ ପର୍ଯ୍ୟନ୍ତ ଏହି ଉତ୍ସବ ହେବ। ସଲ୍‌ମାନ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିବେ।

Share