ସଶସ୍ତ୍ର ଡକାୟତି: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା, ୨ ବାଇକ ଲୁଟ୍‌

ଓଡ଼ଗାଁ, ୧୩।୮(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗୋଠଣ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୪ରୁ ୫ ଡକାୟତ ଗାଁ ମୁଣ୍ଡରେ ରହୁଥିବା ଭଗବାନ ଷଡ଼ଙ୍ଗୀଙ୍କ ଘରେ ପଶି ପରିବାରଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ପ୍ରାୟ ୨୦୦ ଗ୍ରାମ୍‌ର ସୁନା ଅଳଙ୍କାର, ନଗଦ ୩୦ ହଜାର ଟଙ୍କା, ୨ ବାଇକ୍‌ ସହ କେତେକ ବଢ଼େଇ ସରଞ୍ଜାମ ଲୁଟି ନେଇଛନ୍ତି। ଏହାସହ ତାଙ୍କ ଘରେ ଥିବା ଏକ ଦୋକାନରୁ ଘିଅ, ଅମୁଲ ଭଳି କେତେକ ସାମଗ୍ରୀ ନେଇଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଭଗବାନଙ୍କ ଅଭିଯୋଗ ଅନୁସାରେ ନଂ. ୧୨୪/୧୯ରେ ଏକ ମାମଲା ରୁଜୁ କରିବାସହ ଘଟଣାସ୍ଥଳ ପରିଦର୍ଶନକରି ଫେରିଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି ।