ସହକାରୀ ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ: ୪ ଗିରଫ

ସଜନାଗଡ଼, ୮।୩(ଡି.ଏନ.ଏ.)-ନୀଳଗିରି ତହସିଲ ବେଗୁନିଆ ପଞ୍ଚାୟତ ଅଧୀନ ଡୁମଗଣ୍ଡିରା ଗ୍ରାମରୁ ଦିନରାତି ହଜାର ହଜାର ଟ୍ରିପ ବାଲି ଚୋରାରେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଗତ ୬ ତାରିଖ ଅପରାହ୍ନ ୧ଟା ୪୦ ମିନିଟ୍‌ରେ ମିତ୍ରପୁର ସହକାରୀ ରାଜସ୍ବ ନିରୀକ୍ଷକ ମୁକ୍ତିକାନ୍ତ ପ୍ରଧାନ ଉକ୍ତ ଗ୍ରାମରେ ପହଞ୍ଚତ୍ ୩ଟି ଟ୍ରାକ୍ଟର ବାଲି ବୋଝେଇ କରୁଥିବା ଦେଖି ବାରଣ କରିଥିଲେ। ସହକାରୀ ଆର୍‌ଆଇ ନିଜ ମୋବାଇଲରେ ଟ୍ରାକ୍ଟରଗୁଡ଼ିକର ଫଟୋ ଉଠାଇ ଫେରୁଥିବାବେଳେ ଅଧା ରାସ୍ତାରେ ୭ଜଣ ଯୁବକ ତାଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ। ଏପରିକି ତାଙ୍କ ମୋବାଇଲକୁ ଛଡ଼ାଇ ନେଇ ଉଠାଇଥିବା ସମସ୍ତ ଫଟୋକୁ ଡିଲିଟ୍‌ କରିଥିଲେ। ଉକ୍ତ ଯୁବକମାନେ ସହକାରୀ ରାଜସ୍ବ ନିରୀକ୍ଷକ ପ୍ରଧାନଙ୍କ ତଣ୍ଟିକୁ ଚିପିବା ସହିତ ଏକ ବେଲଚାରେ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ଏନେଇ ସେ ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ଥାନାରେ ଏକ ମାମଲା (ନଂ. ୭୫/୨୦) ରୁଜୁ ହୋଇଛି। ପୋଲିସ ଡୁମଗଣ୍ଡିରା ଗ୍ରାମର ମଳୟ ବେହେରା, ସନାତନ ଦାସ, ସୁଶାନ୍ତ ଦାସ, ଅଜୟ ଦାସ, ରନତ୍ାକର ଭୂୟାଁ, ଉତ୍ତମ କୁମାର ଭୂୟାଁ, ଅଜୟ କୁମାର ପାତ୍ରଙ୍କ ନାମରେ ମାମଲା ରୁଜୁ କରିଛି। ନୀଳଗିରି ଥାନା ପକ୍ଷରୁ ରାତିରେ ଚଢ଼ାଉ କରାଯାଇ ଅଜୟ କୁମାର ପାତ୍ର, ଅଜୟ ଦାସ, ସୁଶାନ୍ତ ଦାସ ଓ ମଳୟ ବେହେରାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।