ସହଜରେ ଦୂରହେବ ଅବସାଦ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଅନେକେ ଅବସାଦର ଶିକାର ହେଉଛନ୍ତି। ଏହାକୁ ନେଇ ଟେନ୍‌ସନରେ ରହିବା ଅପେକ୍ଷା ସେଥିରୁ କିପରି ରକ୍ଷା ପାଇବେ ସେ ନେଇ ଚିନ୍ତା କରିବା ଦରକାର। ଜଣେ ବ୍ୟକ୍ତି ଯଦି ଅଧିକାଂଶ ସମୟ ଖୁସିର ମାହୋଲ ଭିତରେ ରହନ୍ତି ତେବେ ସେ ନିଜକୁ ଅନେକାଂଶରେ ଅବସାଦଠାରୁ ଦୂରେଇ ରଖିପାରିବେ। ଏକ ସଦ୍ୟତମ ସର୍ଭେରୁ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ବିଶେଷଜ୍ଞମାନେ ଏପରି କଥା ଜାଣିପାରିଛନ୍ତି। ସର୍ଭେ ସମୟରେ ସେମାନେ ଅବସାଦଗ୍ରସ୍ତ ହେଉଥିବା କେତେଜଣ ବ୍ୟକ୍ତିଙ୍କୁ ଖୁସିର ମାହୋଲ ଭିତରେ ରହିବାକୁ ପରାମର୍ଶ ଦେଇଥିଲେ। କେବଳ ସେତିିକି ନୁହେଁ, ଯଥାସମ୍ଭବ କିଛି ସମୟ ହସିବାକୁ ମଧ୍ୟ କୁହାଯାଇଥିଲା। ଏହାଦ୍ୱାରା ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଅବସାଦଠାରୁ ନିଜକୁ କେତେକାଂଶରେ ଦୂରେଇ ରଖିବାରେ ସକ୍ଷମ ହୋଇଥିଲେ ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି।