ସହପାଠୀଙ୍କ ପାଖରେ ଭଲ ଜୋତା ନ ଥିଲା ବୋଲି ଜଣେ ୯ ବର୍ଷର ଝିଅ ତାଙ୍କ ମା’ଙ୍କୁ କହି ଶ୍ରେଣୀରେ ୧୫୦୦ ହଳ ଜୋତା ବାଣ୍ଟିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। କ୍ୟାରି ଜର୍ନିଗନ ତାଙ୍କ ତିନି ପିଲାଙ୍କ ସହ ଏକ ଜୋତା ଦୋକାନକୁ ଯାଇଥିଲେ। ତାଙ୍କର ୯ ବର୍ଷର ଝିଅ ଏକ ଦାମୀ ଜୋତା କିଣିବାକୁ ଚାହିଁଲେ। ମା’ କହିଲେ ଏହି ଜୋତା ଝିଅଙ୍କର ନୁହେଁ ପୁଅମାନଙ୍କର। ଏହା ପରେ ଝିଅ ଜଣକ କହିଲେ ତାଙ୍କ ସହିତ ଗୋଟିଏ ପୁଅ ପଢ଼ୁଛି କିନ୍ତୁ ତାଙ୍କର ଭଲ ଜୋତା ନାହିଁ। ଦାମୀ ଜୋତା ପିନ୍ଧିବାକୁ ଇଚ୍ଛାଥିଲେ ମଧ୍ୟ ସେ କିଣି ପାରୁନାହାନ୍ତି। ମା’ ତୁମେ ତାଙ୍କ ପାଇଁ ଜୋତା କିଣିଦେବ? ଝିଅଙ୍କ ଏପରି କଥାରେ ମା’ ଜାଣିଗଲେ ତାଙ୍କ ଝିଅର ହୃଦୟ ବହୁତ ବଡ଼। ତେଣୁ ସେ ହଁ ଭରିଲେ। ଝିଅର ଉତ୍ସାହ ଦେଖି ମା’ ଜୋତା ଦୋକାନୀଙ୍କୁ ଏକ ଷ୍ଟୋର ବୁକ୍ କରିବାକୁ ଆଡ୍ଭାନ୍ସ ଦେଇ ଚାଲିଗଲେ। ତା’ ପର ଦିନ ଆସି ଏକାବେଳକେ ୧୫୦୦ ହଳ ଜୋତା କିଣି ବିଦ୍ୟାଳୟରେ ବାଣ୍ଟିଛନ୍ତି।