ବରଗଡ଼ ଅଫିସ୍,୧୭।୪: ଲକ୍ଡାଉନ କଟକଣା ଯୋଗୁ ଖବରକାଗଜ ବିତରକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଫଳରେ ସେମାନଙ୍କୁ କିଛି ସହାୟତା ପ୍ରଦାନ ଦାବିରେ କିଛିଦିନ ତଳେ ବରଗଡ଼ ଜିଲା ଖବରକାଗଜ ବିତରକମାନେ ଜିଲା ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳି ନାହିଁ । ଅନ୍ୟପଟେ ସ୍ଥାନୀୟ ନବରତ୍ନ ମିଡିଆ ସେଣ୍ଟରର ସରୋଜ ଷଡ଼ଙ୍ଗୀ ଖବରକାଗଜ ବିତରକଙ୍କୁ କିଛି ସହଯୋଗ କରିବାକୁ ସ୍ଥାନୀୟ ଶିଳ୍ପପତି ଶ୍ୟାମସୁନ୍ଦର ଅଗ୍ରୱାଲଙ୍କୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ପରେ ଶିଳ୍ପପତି ଅଗ୍ରୱାଲ ଶୁକ୍ରବାର ସହରର ୩୦ଜଣ ଖବରକାଗଜ ବିତରକଙ୍କୁ ୧୦ କିଜି ଲେଖାଏ ଚାଉଲ ପ୍ରଦାନ କରିଛନ୍ତି ।