ଭୁବନେଶ୍ୱର,୧୨-୫: ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସୁଧାରିବା ଲାଗି ରିଲାଏନ୍ସ ଫାଉଣ୍ଡେଶନ ସହାୟତାର ହାତ ବଢାଇଛି। ପୁନଃ ଥଇଥାନ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବାତ୍ୟା ପରର ଚାଷ, ପ୍ରାଣି ସମ୍ପଦର ଯତ୍ନ ଓ ପରିଚାଳନା ପରାମର୍ଶ, ବୈଷୟିକ ସହାୟତା, ପ୍ରକ୍ରିୟାକରଣ ସହାୟତା ପ୍ରଦାନ ଦିଗରେ ଏହା କାର୍ଯ୍ୟ କରୁଛି। ପ୍ରଭାବିତ ଲୋକମାନେ କିଭଳି ସରକାରୀ ସହାୟତା ଲାଭ କରିବେ ସେ ନେଇ ଏହା ବିଭିନ୍ନ ସରକାରୀ ବିଭାଗ ସହ ସଂଯୋଜନା ସ୍ଥାପନ କରୁଛି।