ସହଯୋଗର ହାତ ବଢାଉଛନ୍ତି ସ୍ବେଚ୍ଛାସେବୀ

ରାଇକିଆ,୧ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ପରେ ବାହାରୁ ଆସି ରାଇକିଆ ବ୍ଲକରେ ଅଟକି ଯାଇଥିବା ଶ୍ରମିକଙ୍କ ଚିନ୍ତା ବଢ଼ିଛି। କାମ ବନ୍ଦ ପରେ ଗଜପତିରୁ ଆସିଥିବା ଶ୍ରମିକ ଗଁାକୁ ଫେରି ପାରିନାହାନ୍ତି। ସେହିପରି ମଧ୍ୟ ପ୍ରଦେଶର କେତେଜଣ ଶ୍ରମିକ ମଧ୍ୟ ଫେରିପାରିନାହାନ୍ତି। ଏମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସହରର କେତେଜଣ ଯୁବ ସ୍ବେଛାସେବୀ। ପ୍ରତ୍ୟେକଦିନ ଦୁଇ ଓଳା ରନ୍ଧା ଖାଦ୍ୟ ଯୋଗାଉଛନ୍ତି। ସହରରେ ଥିବା ନିଃସହାୟ ଗରିବଙ୍କୁ ମଧ୍ୟ ଖାଦ୍ୟ ପହଞ୍ଚାଉଛନ୍ତି। ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହିପରି ରନ୍ଧାଖାଦ୍ୟ ଯୋଗାଣ ଚାଲିଛି। ଏଥିସହ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ହେଉ ଅବା ଗଁାରେ ପହଞ୍ଚତ୍ ସଚେତନ ଓ ଶପଥ ପାଠ ସବୁଠି ନିଜ ଦାୟିତ୍ୱ ତୁଲାଉଛନ୍ତି। ଅନ୍ୟପକ୍ଷରେ ଲକ୍‌ଡାଉନ ପାଇଁ ସବୁଠି କଡାକଡି ହୋଇଥିଲେ ମଧ୍ୟ ଗ୍ରାମାଞ୍ଚଳରେ ହିତାଧିକାରୀ ଯେପରି ସବୁ ସୁବିଧା ପାଇ ପାରିବେ ସେ ଦିଗରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ହାତକୁ ନିଆ ଯାଉଛି। ବୁଧବାର ମାଣିକେଶ୍ୱର ପଞ୍ଚାୟତରେ ରାଶନ କାର୍ଡ ହିତଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

Share