Categories: ଜାତୀୟ

ସହଯୋଗୀଙ୍କୁ ଚାପୁଡା ମାରିଲେ ସିଦ୍ଧରମୈୟା

ବେଙ୍ଗାଲୁରୁ,୪।୯: କର୍ନାଟକ କଂଗ୍ରେସର ସଙ୍କଟମୋଚକ କୁହାଯାଉଥିବା ଡି.କେ. ଶିବକୁମାରଙ୍କ ଗିରଫ ହେବାପରେ ଦଳକୁ ଶକ୍ତ ଝଟକା ଲାଗିଛି। ଏହି ସମୟରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜର ଜଣେ ସହଯୋଗୀଙ୍କୁ ଚାପୁଡା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହୀଶୂର ବିମାନବନ୍ଦରରେ ସେ ଚାପୁଡା ମାରୁଥିବା ଜଣାପଡିଛି। ଭିଡିଓରେ ସିଦ୍ଧରମୈୟଙ୍କ ସହଯୋଗୀ ଫୋନରେ କଥା ହେବାପରେ ତାଙ୍କୁ ଫୋନ୍‌ ଦେଇଥିଲେ। କିନ୍ତୁ ସେ ରାଗିଯାଇ ତାଙ୍କୁ ଚାପୁଡା ମାରିଥିଲେ। ଭିଡିଓ ଭାଇରାଲ ହେବାପରେ ସିଦ୍ଧରମୈୟାଙ୍କୁ ୟୁଜର୍ସ ଖୁବ୍‌ ସମାଲୋଚନା କରିଛନ୍ତି।

Share