Categories: ଜାତୀୟ

ସହଯୋଗ କରିଥିଲା ପୋଲିସ

ନୂଆଦିଲ୍ଲୀ,୧୧ା୧ : ଏବିଭିପି କର୍ମୀ ଅକ୍ଷତ ଅଓ୍ବସ୍ତି ରବିବାର ଜେଏନ୍‌ୟୁ କ୍ୟାମ୍ପସ୍‌ ଆକ୍ରମଣରେ ସମ୍ପୃକ୍ତ ଥିଲେ ବୋଲି କ୍ୟାମେରା ଆଗରେ ସ୍ବୀକାର କରିଛନ୍ତି। ସେଠାରେ କର୍ତ୍ତବ୍ୟରେ ଥିବା ଜଣେ ପୋଲିସ ଅଫିସର ବାମଦଳ ସମର୍ଥତ୍ତ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିବା ପାଇଁ ଆକ୍ରମଣକାରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ହିଂସାକାଣ୍ଡ ବେଳେ କ୍ୟାମ୍ପସ୍‌ରେ ଥିବା ପୋଲିସ ଲାଇଟ ବନ୍ଦ କରିଦେଇଥିଲା ବୋଲି ଅଓ୍ବସ୍ତି ଅଭିଯାଗ କରିଛନ୍ତି। ଅକ୍ଷତ ଜେଏନ୍‌ୟୁରେ ଫ୍ରେଞ୍ଚ ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ପ୍ରଥମ ବର୍ଷ ଛାତ୍ର। ରବିବାର ଆକ୍ରମଣ ସମୟର ଫଟୋରୁ ସେ ନିଜକୁ ଚିହ୍ନାଇବା ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଜଣେ କର୍ମୀ ବୋଲି ପରିଚୟ ଦେଇଛନ୍ତି।

Share