Categories: ଯାଜପୁର

ସହରକୁ ସ୍ବଚ୍ଛ କରିବା ସହରବାସୀଙ୍କ ଦାୟିତ୍ୱ : ଜିଲାପାଳ

ଯାଜପୁରରୋଡ଼,୭।୬(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପାୈରପରିଷଦକୁ ପ୍ରଦୂଷଣ ମୁକ୍ତ ତଥା ସ୍ବଚ୍ଛ ରଖିବା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲାପାଳ ରଞ୍ଜନ କୁମାର ଦାସ ଉଦ୍‌ଘାଟନ କରି କହିଛନ୍ତି ଯେ, ବ୍ୟାସନଗର ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାୈରପରିଷଦର ଯେତିକି ଦାୟିତ୍ୱ ଜନସାଧାରଣଙ୍କର ମଧ୍ୟ ସେତିକି ଅବଦାନ ରହିବା ଦରକାର। ସମସ୍ତେ ପାୈରପରିଷଦକୁ ସ୍ବଚ୍ଛ ରଖିବା ପାଇଁ ଯତ୍ନବାନ ହେବା ଆବଶ୍ୟକ। ଏକମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଲେ ବର୍ଜ୍ୟବସ୍ତୁଗୁଡ଼ିକ ରାସ୍ତା ଉପରେ ପକାଉଥିବା ବ୍ୟବସାୟୀ ଅନୁଷ୍ଠାନ ଓ ଲୋକଙ୍କ ଉପରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟାସନଗର ସହର ରୂପରେଖ ବଦଳିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ତୁରନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି ଜିଲାପାଳ ଦାସ କହିଛନ୍ତି। ପରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବର୍ଦ୍ଧିତ ତାଲିମ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ତଥା ପାୈରପରିଷଦ ପ୍ରଶାସକ ସନ୍ତୋଷ କୁମାର ମିଶ୍ର, ଜିଲା ସୂଚନା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ଯୋଗ ଦେଇଥିଲେ।