ସହରରେ ଟ୍ରାଫିକ ନିୟମ କଡ଼ାକଡ଼ି: ୨ ମଦ୍ୟପ ଚାଳକ ଗିରଫ

ବାଲେଶ୍ୱର ଅଫିସ, ୧।୧୨-ବାଲେଶ୍ୱର ସହର ପୋଲିସ ଲାଇନ୍‌ ଛକରେ ଟ୍ରାଫିକ୍‌ ଥାନା କର୍ମଚାରୀଙ୍କ ଦ୍ୱାରା ରବିବାରଠାରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ପାଳନ କରାଯାଇଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ଥାନା ଇନ୍ସପେକ୍ଟର ପ୍ରଶାନ୍ତ ରଣସିଂହଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଯାଞ୍ଚ କରିଥିଲେ। ନିୟମ ଉଲ୍ଲଂଘନ କରିଥିବା ଅପରାଧରେ ୭୫ଜଣ ଗାଡ଼ିର ଡ୍ରାଇଭରଙ୍କଠାରୁ ୭୫ହଜାର ଟଙ୍କା ଆଦାୟ କରାଯାଇଛି। ସେହିପରି ୨ଜଣ ମଦ ପିଇ ଗାଡ଼ି ଚଳାଉଥିବାରୁ ତାଙ୍କୁ ଗିରଫ କରାଯାଇ ସହଦେବଖୁଣ୍ଟା ମଡ଼େଲ ଥାନା ଏବଂ ସଦର ଥାନାରେ ଅଟକ ରଖାଯାଇଛି। ଏହି ଚଢ଼ାଉରେ ହାବିଲଦାର ଫେଡ୍ରିକ୍‌ ଏକ୍କା, କନଷ୍ଟେବଳ ଦେବାଶିଷ ଜେନା, କାଞ୍ଚନ ବିଶ୍ୱାଳ, ଜୟନ୍ତୀ ମଙ୍ଗଳ, ରନତ୍ାକର ଦାସ, ଜ୍ଞାନରଞ୍ଜନ ଜେନା ପ୍ରମୁଖ ସାମିଲ ଥିଲେ।