ସହରରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାସୁଦେବପୁର, ୧୫।୮ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ଓ ଏହା ସଂଲଗ୍ନ ଅଞ୍ଚଳର ବର୍ଷାପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ଅସରାଏ ବର୍ଷାରେ ମୁଖ୍ୟ ସହର ଉବୁଟୁବୁ ହେଉଛି। ସହରସ୍ଥିତ ଟ୍ରାଫିକ ଛକରେ ଅସ୍ଥାୟୀ ଜୋତା ଦୋକାନଠାରୁ ରୁକ୍ମିଣୀ ମେଡିକାଲ ଷ୍ଟୋର ପର୍ଯ୍ୟନ୍ତ ପ୍ରାୟ ୨ଶହ ମିଟରରୁ ଊର୍ଦ୍ଧ୍ୱ ରାସ୍ତା ଉପରେ ବର୍ଷାପାଣି ସପ୍ତାହ ଧରି ଜମି ରହି ଏକ ନାଳୀର ଭ୍ରମ ସୃଷ୍ଟି କରୁଛି। ବ୍ଲକରୋଡରୁ ମୁଖ୍ୟ ସଡ଼କ ଏବଂ ମୁଖ୍ୟରାସ୍ତାରୁ ବ୍ଲକରୋଡକୁ ଆସୁଥିବା ପଥଚାରୀଙ୍କୁ ପ୍ରତିଦିନ ଏହି ଅପରିଷ୍କାର ପାଣିରେ ପଶି ଚାଲିବାକୁ ପଡୁଛି। ବର୍ଷାଦିନ ପୂର୍ବରୁ ଜଳ ନିଷ୍କାସନ ନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ସହର ମଧ୍ୟରେ ଜମି ରହିଥିବା ଏହି ବର୍ଷାପାଣି ସହରବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଥିଲାବେଳେ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ବାସୁଦେବପୁର ମୁଖ୍ୟ ସହରରେ ଏଭଳି ଡ୍ରେନେଜ ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଟ୍ରାଫିକଛକଠାରୁ ହାଟସାଗର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ଡ୍ରେନ ପୋତିହୋଇ ରହିଥିବାରୁ ପାଣି ନିଷ୍କାସିତ ହେବା ପରିବର୍ତ୍ତେ ଡ୍ରେନର ମଇଳା ପାଣି ରାସ୍ତାକୁ ମାଡ଼ି ଆସୁଛି। ଏହି ଅପରିଷ୍କାର ପାଣି ରାସ୍ତାରେ ଜମି ରହୁଛି। ଫଳରେ ମଇଳା ପାଣି ଟ୍ରାଫିକ ଛକଠାରୁ ପ୍ରାୟ ୩ଶହ ମିଟର ଦୂରରେ ଥିବା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପଶୁଛି। ଶହ ଶହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପାଣି ମାଡ଼ି ଯାଆସ କରୁଛନ୍ତି। ସେହିପରି ଟ୍ରାଫିକ ଛକଠାରୁ ମାଲୁସାହି ଆଡକୁ ଯାଉଥିବା ଡ୍ରେନ ମଧ୍ୟ ପୋତି ହୋଇପଡ଼ିଛି। ବ୍ଲକରୋଡରୁ ଦେଉଳି ସେଠୀସାହି ଦେଇଯାଇଥିବା ଡ୍ରେନର ମଧ୍ୟ ଅନୁରୂପ ଅବସ୍ଥା। ବର୍ଷାଜଳ ଏହା ମଧ୍ୟଦେଇ ନିଷ୍କାସିତ ହୋଇପାରୁ ନାହିଁ। ମାଛହାଟ, ପରିବାହାଟ ପଛ ଓ ଚାଉଳ ମାର୍କେଟ ଦେଇ ଯାଇଥିବା ଡ୍ରେନ ନର୍ଦ୍ଦମାରେ ପରିଣତ ହୋଇଛି। ସେହିପରି ପ୍ରାଣୀ ଡାକ୍ତରଖାନା ପରିସର, ବାଲିକଲୋନୀ, ହାଇସ୍କୁଲ ପରିସର ଓ ଏହା ସଂଲଗ୍ନ ଅଞ୍ଚଳର ସ୍ଥିତି ବର୍ଷାରେ ସଙ୍ଗିନ ହୋଇପଡ଼ିଛି। ଠିକ୍‌ ସମୟରେ ଡ୍ରେନଗୁଡ଼ିକୁ ସଫା କରାଯାଉ ନ ଥିବାରୁ ସହର ଜଳମଗ୍ନ ହେଉଛି ବୋଲି ବାସୁଦେବପୁର ଅଞ୍ଚଳର ସାମାଜିକ କର୍ମୀ ତଥା ବ୍ୟବସାୟୀ କିଶୋର କୁମାର ମହାପାତ୍ର ଅଭିଯୋଗ କରିଛନ୍ତି। ଟ୍ରାଫିକ ଛକରେ ସପ୍ତାହେ ଧରି ପିଚୁ ରାସ୍ତାରେ ବର୍ଷାଜଳ ଜମି ରହିଥିବାବେଳେ ପ୍ରତିଦିନ ବିଭିନ୍ନ ବିଭାଗ ଓ ପ୍ରଶାସନିକ ଅଧିକାରୀ ଚାରିଚକିଆରେ ବସି ଏହି ପାଣି ଉପରେ ଯିବାଆସିବା କରୁଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ କେହି ଗୁରୁତ୍ୱ ଦେଉନାହାନ୍ତି। ସାଧାରଣ ପଥଚାରୀ ମଇଳା ପାଣିରେ ଯାଆସ କରି ଚର୍ମରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି ବ୍ୟବସାୟୀ ମୃତ୍ୟୁଞ୍ଜୟ ଅଗସ୍ତି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନାଙ୍କୁ ପଚାରିବାରୁ ବର୍ଷାଦିନେ ଯେଉଁ ସ୍ଥାନରେ ପାଣି ଜମି ରହୁଛି, ସେଠାରୁ ନିଷ୍କାସନ ଦିଗରେ ପୌରପାଳିକା କାର୍ଯ୍ୟ ଆରମ୍ଭ କରିଛି ବୋଲି କହିଛନ୍ତି। ତେବେ କେତେକ ଲୋକ ସରକାରୀ ଜମି ଜବରଦଖଲ କରି ନାଳୀ, ନୟନଯୋରୀ ମୁହଁକୁ ପୋତି ପକାଇ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ…

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri