Categories: ଫୁରସତ

ସହରର ଲୋକଙ୍କୁ ଯୋଡ଼ିବା ପାଇଁ ଭିନ୍ନ ପ୍ରୟାସ : ବହିଥାକର ଭ୍ରମ ସୃଷ୍ଟି କରୁଛି ପାଚେରି, ଫଟୋ ଭାଇରାଲ

ପ୍ରତ୍ୟେକ ସହରର କିଛି ନା କିଛି କଳାକୃତି ରହିଛି। ଯାହାକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଲୋକଙ୍କ ଯିବାଆସିବା ଲାଗି ରହିଥାଏ। ସେହିପରି କଳାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଡଚ୍‌ ଷ୍ଟ୍ରିଟ୍‌ ଆର୍ଟିଷ୍ଟ୍‌ ଜେନିଇଂସ୍‌ ଡିମ୍‌ ନେଦରଲ୍ୟାଣ୍ଡ୍‌ର ବ୍ୟସ୍ତବହୁଳ ସ୍ଥାନରେ ଥିବା ଘରର ପାଚେରିରେ ଏମିତି ଭିନ୍ନ କଳାକୃତି ଆଙ୍କିଛନ୍ତି। ଏହାକୁ ଦେଖି ଦେଖଣାହାରୀମାନେ ଚକିତ ହୋଇଯାଉଛନ୍ତି। ଡିମ୍‌ ସହରର ଲୋକଙ୍କୁ ଯୋଡ଼ିବା ପାଇଁ କେବଳ ଏମିତି କଳାକୃତି ତିଆରି କରିଛନ୍ତି, ଯାହା ଏକ ବହିଥାକର ଭ୍ରମ ସୃଷ୍ଟି କରୁଛି। ସେ ତାଙ୍କ ପାଚେରିରେ ହଜାର ହଜାର ବହିଥିବା ଥାକର ଚିତ୍ର ଆଙ୍କିଛନ୍ତି। ଏହି ଚିତ୍ର ଆଙ୍କିବା ପାଇଁ ତାଙ୍କ ବିଲ୍‌ଡିଂରେ ରହୁଥିବା ଜଣେ ବନ୍ଧୁ ତାଙ୍କୁ ଏପରି ପରାମର୍ଶ ଦେଇଛନ୍ତି। ପାଚେରିରେ ଯେଉଁ ଚିତ୍ର ଅଙ୍କାଯାଇଛି ସେଥିରେ କେବଳ ରାଜନୀତି ଏବଂ ଧର୍ମସହିତ ଜଡ଼ିତ ବହି ରହିଛି। ଡିମ୍‌ ଏହାକୁ ଆଙ୍କିବା ପାଇଁ ଅନ୍ୟ ଜଣେ ଆର୍ଟିଷ୍ଟଙ୍କ ସହାୟତା ଲୋଡ଼ିଥିଲେ। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଚିତ୍ର ଆଙ୍କିବା ଶେଷ ହୋଇଥିଲା। ଏହା ସମ୍ପୂର୍ଣ୍ଣ ହେବା ପରେ ଏହି ସ୍ଥାନ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଯାହାର ଫଟୋ ଏବେ ସୋସିିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରତି ସହରରେ ଏମିତି କଳାକୃତି ଆଙ୍କିବା ପାଇଁ ଡିମ୍‌ ଲକ୍ଷ୍ୟ ରଖିଥିବା କହିଛନ୍ତି।

Share