ସହରାଞ୍ଚଳ ଗରିବଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟସେବା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ସହରାଞ୍ଚଳ ସ୍ବାସ୍ଥ୍ୟ ବ୍ୟବସ୍ଥା ସଂକ୍ରାନ୍ତରେ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଯୋଗଦେଇ କୈଶୋର ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଲୋକଙ୍କ ଚାହିଦାକୁ ଦେଖି ଗୋଷ୍ଠୀ ସ୍ତରରେ ଅଧିକ ସଚେତନ ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମାତୃ ଓ ଶିଶୁ ମୃତ୍ୟୁହାର, ଆନୁଷ୍ଠାନିକ ପ୍ରସବ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଥିଲେ ମଧ୍ୟ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପାର୍ଥକ୍ୟ ରହୁଛି। ବର୍ତ୍ତମାନ ସ୍ଥିତିକୁ ଦେଖି ୟୁଏସ୍‌ଏଡ୍‌, ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେଶନ ଏବଂ ଅନ୍ୟ ସଂସ୍ଥା ସହାୟତାରେ ସହରାଞ୍ଚଳର ଗରିବ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରୟାସ ହେବ। ପୁରୀ, ରାଉରକେଲା ଓ ବ୍ରହ୍ମପୁର ସହରର ଗରିବ ଲୋକଙ୍କ କ୍ଷେତ୍ରରେ ଟିସିଆଇଏଚ୍‌ସି ଦ୍ୱାରା ପରିବାର ନିୟନ୍ତ୍ରଣ ଏବଂ ମାତୃ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି ବୋଲି ପଣ୍ଡିତ ସୂଚନା ଦେଇଛନ୍ତି।
ଜାତୀୟ ସ୍ବାସ୍ଥ୍ୟ ମିଶନ, ଟିସିଆଇଏଚ୍‌ସି, ପିଏସ୍‌ଆଇର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ‘ଟୁଲ କିଟ୍‌ସ’ ଉନ୍ମୋଚିତ ହୋଇଥିଲା। ସହରାଞ୍ଚଳର ଗରିବ ଲୋକେ କିଭଳି ସୁବିଧାରେ ସ୍ବାସ୍ଥ୍ୟସେବା ପାଇପାରିବେ ସେନେଇ ଆଲୋଚନା କରାଯାଇଥିଲା। ଏଥିରେ ଏମ୍‌ସିଏସ୍‌ସି ଗ୍ଲୋବାଲ କାର୍ଯ୍ୟକ୍ରମର ଆମେରିକୀୟ ପ୍ରତିନିଧି ପାଟ୍ରିସିଆ, ଏ. ଟେଲର, ଜାତୀୟ ସ୍ବାସ୍ଥ୍ୟ ମିଶନର ଅତିରିକ୍ତ ଏମ୍‌ଡି ମୃଣାଳକାନ୍ତି ଦାଶ, ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ (ସହରାଞ୍ଚଳ) ସୁକାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri