କ୍ରିଷ୍ଣା,୩।୪: ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଅଞ୍ଚଳକୁ ବିଶୋଧନ କରିବାକୁ ଶୁକ୍ରବାର ଏକ ଟ୍ରାକ୍ଟର ମାଧ୍ୟମରେ ସୋଡିୟମ ହାଇପୋକ୍ଲୋରାଇଡ ସିଞ୍ଚନ କରାଯାଇଥିଲା। ଏହି ସମୟରେ ଯେଉଁ ଟ୍ରାକ୍ଟରରୁ ଏହାକୁ ସିଞ୍ଚନ କରାଯିବାର ବ୍ୟବସ୍ଥା କରାଯାଇଥିଲା ତାକୁ ନିଜେ ଆନ୍ଧ୍ରପ୍ରଦେଶର ପରିବହନ ମନ୍ତ୍ରୀ ପେରନି ଭେଙ୍କଟରାମୟା ଚଳାଇଥିବା ଦେଖାଯାଇଥିଲା। କରୋନା ଭାଇରସ ପାଇଁ ମଚ୍ଛଲିପଟନମର ୩୪ଟି ଗାଁକୁ ଶୁକ୍ରବାର ବିଶୋଧନ କରାଯାଇଛି। ଏହି ସମୟରେ ମନ୍ତ୍ରୀ ନିଜେ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟର ତଦାରଖ ମଧ୍ୟ କରିଥିଲେ।