ସହର ଭିତରକୁ ବାଇକ୍‌, ସାଇକେଲ ମନା

ଭଦ୍ରକ ଅଫିସ,୨୭ା୪: ଭଦ୍ରକ ସହର ଭିତରକୁ ବାଇକ୍‌ ଓ ସାଇକେଲ ମନା। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଜିଲା ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସୋମବାର ସହରର ସମସ୍ତ ପ୍ରବେଶ ପଥରେ ପୋଲିସ ଯାଞ୍ଚ କରି ଗାଡ଼ି ଭିତରକୁ ଛାଡୁନାହିଁ। ସହର ଭିତରେ ପରିବା ଓ ଫଳ ଦୋକାନ ବନ୍ଦ କରାଯାଇଛି। ଅପରପକ୍ଷରେ ଭିଡ଼ ନୟନ୍ତ୍ରଣ ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।