ସହାୟତା ଅପେକ୍ଷାରେ ଅସହାୟ ପରିବାର

ରାଇସୁଆଁ ,୫।୧୧(ଡି.ଏନ.ଏ.)- ଖଣି ଖାଦାନ ଯୋଗୁ କେନ୍ଦୁଝର ଜିଲା ସଦର ଏବଂ ବାଂଶପାଳ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ସହାୟତା କି ଚିକିତ୍ସା ସେବା ମିଳିପାରୁନି। ଖଣି ପ୍ରଭାବିତ କୁମୁଣ୍ଡି ପଞ୍ଚାୟତର ତଳଜାଗର ଗାଁର ଦଶୀ ଦେହୁରୀ ନାମ୍ନୀ ଜଣେ ଅସହାୟ ମହିଳା ନିଜ ରୋଗାକ୍ରାନ୍ତ ପୁଅ ଅଜୁ ପ୍ରଧାନ ଏବଂ ଜଣେ ନାତି ସହ ଭୋକ ଉପାସରେ ଦିନ ବିତାଉଛନ୍ତି। ଅର୍ଥାଭାବ କାରଣରୁ ସେ ପୁଅ ଅଜୁଙ୍କୁ ଉପଯୁକ୍ତ ଚିକିତ୍ସା କରାଇ ନ ପାରିବାରୁ ସେ ଧୀରେ ଧୀରେ ଭିନ୍ନକ୍ଷମ ହେବାରେ ଲାଗିଛନ୍ତି।
ଦଶୀ କହିଛନ୍ତି ଯେ, ଅଜୁ ୫ମ ଶ୍ରେଣୀରେ ପଢୁଥିବା ବେଳେ ସେ ହଠାତ ଅସୁସ୍ଥ ହୋଇ ପଡିଥିଲା । ହାତରେ ସମ୍ବଳ ନ ଥିବାରୁ ତାକୁ ଡାକ୍ତରୀ ଚିକିତ୍ସା କରାଇ ନ ପାରି ଚେରମୂଳି ଚିକିତ୍ସା କରିଥିଲେ। ଅଜୁ ଭଲହେବା ପରିବର୍ତ୍ତେ ଏବେ ଦିବ୍ୟାଙ୍ଗ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି । ଦଶୀଙ୍କ ସ୍ବାମୀ ୧୨ ବର୍ଷ ତଳେ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୁତ୍ୟୁମୁଖରେ ପଡିଥିଲେ । ସେବେଠାରୁ ଅସହାୟ ହୋଇପଡିଥିବା ଦଶୀଙ୍କୁ ତାଙ୍କ ବଡ଼ପୁଅ ବିଜୁ ସାହା ହୋଇଥିଲେ। ସେ ଗାଡି ଡ୍ରାଇଭର ଭାବେ କାମ କରୁଥିଲେ। ପରେ ରୋଗରେ ପଡି ୫ବର୍ଷ ହେବ ସେ ମଧ୍ୟ ଆରପାରିକୁ ଚାଲିଯାଇଛନ୍ତି। ବଡ଼ପୁଅଙ୍କ ମୃତ୍ୟୁପରେ ବୋହୂ ନାତିକୁ ଛାଡି ବାପଘରକୁ ଚାଲିଯିବା ପରଠାରୁ ଦଶୀ ପରଘରେ ମୂଲମଜୁରି ଲାଗି ୩ ପ୍ରାଣୀ କୁଟୁମ୍ବକୁ ପୋଷୁଥିଲେ। ଅଜୁ ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇପଡିବା ପରଠାରୁ ସେ ଆଉ ଆଗଭଳି କାମଧନ୍ଧା କରିବାକୁ ଯାଇ ପାରୁନାହାନ୍ତି। ଏଭଳି ସ୍ଥିତିରେ ପୁଅ ଅଜୁଙ୍କୁ ଡାକ୍ତରୀ ଚିକିତ୍ସା ସୁବିଧା ସହ ସହାୟତା ଯୋଗାଇ ଦେବାକୁ ସେ ପ୍ରଶାସନକୁ ଗୁହାରି ଜଣାଇଛନ୍ତି। ଏହି ଅସହାୟ ପରିବାର ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ

ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭୁଜାଲିରେ ଆକ୍ରମଣ: ଜଣେ ଗୁରୁତର

ଆନନ୍ଦପୁର ୨୦।୧୨(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ କଣ୍ଟିପାଳ ପଞ୍ଚାୟତ କଣ୍ଟିପାଳ ଖିଲାର ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ସକାଳୁ ବିଜୁ...

୪ରେ ପାଟଣା ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ

ପାଟଣା,୨୦ା୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଜାନୁୟାରୀ ୪ ତାରିଖ ଅପରାହ୍ନ ୧୧ ଟା ୩୦ରେ ଅନାସ୍ଥା ଭୋଟ...

ଆହତ ପ୍ରତାପ ଷଡ଼ଙ୍ଗୀଙ୍କୁ ହସ୍ପିଟାଲରେ ଭେଟିଲେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସଂସଦରେ ଠେଲାପେଲା କାରଣରୁ ଆହତ ହୋଇ ଚିକିତ୍ସିତ ହେଉଥିବା ଭାଜପାର ବରିଷ୍ଠ ନେତା ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ନୂଆଦିଲ୍ଲୀର...

ମୁରୁସୁଆଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା: କାର୍ଯ୍ୟାନୁଷ୍ଠାନ ଭୟରେ ଆଜି ଖୋଲିଲେ

କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ତାଲା ଗୁରୁବାର ଖୋଲାଯାଇଛି। ପ୍ରଶାସନ ତଥା ପୋଲିସର ତାଗିଦ ପରେ...

ବାଇକ୍‌କୁ ବଞ୍ଚାଇବାକୁ ଯାଇ ଗଛରେ ପିଟିହେଲା ଅଟୋ, ୨ ଗୁରୁତର

ପାଟଣା,୧୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମାଧପୁର ନିକଟରେ ଗୁରୁବାର ପୂର୍ବାହ୍ନ ଭାରସାମ୍ୟ ହରାଇ ଏକ ଅଟୋ ରାସ୍ତାକଡ଼ରେ ଥିବା ଏକ ଆକାଶିଆ ଗଛକୁ...

ମଦୁଆ ଡ୍ରାଇଭରଙ୍କୁ ଅଦାଲତର ଛାଟ: ମାତ୍ର ୨ଦିନ ମଧ୍ୟରେ ରାୟ ପ୍ରକାଶ

ପାଟଣା,୧୮।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆ ନିକଟରେ ଗତ ଡିସେମ୍ବର ୫ତାରିଖ...

୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ସାନ୍ତାଳୀ ଭାଷାର ବିକାଶ ପାଇଁ କାର୍ଯ୍ୟ କରିବାକୁ ଦେଲେ ପ୍ରତିଶ୍ରୁତି

କେନ୍ଦୁଝର,୧୭।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଧ୍ୟାହ୍ନରେ ରାଇସୁଆଁ ଏୟାର ଷ୍ଟ୍ରିପରେ ଫହଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri