ସହାୟତା ଦାବି କଲା ଡ୍ରାଇଭର ସଂଘ

ବେଲପଡା, ୨୩ା୪(ଡି.ଏନ.ଏ.) କରୋନା ପାଇଁ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସହୟତାର ହାତ ବଢାଉଛନ୍ତି। ଏପରିସ୍ଥଳେ କାମ ହରାଇ ଆର୍ଥିକ ଦୁର୍ଗତି ଦେଇ ମଧ୍ୟରେ ଦିନ କାଟୁଥିବା ଡ୍ରାଇଭରମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛି ବଲାଙ୍ଗୀର ଜିଲା ବେଲପଡା ବାରଭାଇଲା ବୁଢା ଡ୍ରାଇଭର ସଂଘ। ବୁଧବାର ସ୍ଥାନୀୟ ତହସିଲ ଅଫିସକୁ ଯାଇ ସଂଘ ସଭାପତି ଅକ୍ଷୟ ବାଗ, ଟଙ୍କଧର ରଣା, ନୀଳାଚଳ ସିଂ, ଦେବେନ୍ଦ୍ର ସିଂ ପ୍ରମୁଖ କର୍ମକର୍ତ୍ତା ତହସିଲଦାର ପ୍ରିୟରଞ୍ଜନ କୁମାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Share