ଦେଓଗାଁ,୨୮ା୫(ଡି.ଏନ.ଏ) ବଲାଙ୍ଗୀର ଜିଲା ଦେଓଗାଁ, ଗୁଡଭେଲା ଓ ସଇଁନ୍ତଲା ବ୍ଲକର ସମସ୍ତ ଦୁଲଦୁଲି ଓ ବ୍ୟାଣ୍ଡବାଜା ପାର୍ଟିକୁ ନେଇ ଗଠିତ ପଞ୍ଚତାଳ ଦୁଲଦୁଲି ସଂଘ ବୁଧବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ା ବର୍ତ୍ତମାନ କରୋନା ମହାମାରୀ ଯୋଗୁ ସରକାରୀ କଟକଣା ରହିଥିବାରୁ ଅଞ୍ଚଳରେ ବିବାହୋତ୍ସବ ତଥା ଅନ୍ୟାନ୍ୟ ଉତ୍ସବ ଆଡମ୍ବର ସହକାରେ ହୋଇପାରୁନାହିଁ ା ଫଳରେ ବ୍ୟାଣ୍ଡବାଜା ଓ ଦୁଲଦୁଲି ପାର୍ଟିର କଳାକାରମାନେ ରୋଜଗାର ହରାଇ ପେଟପାଟଣା ଚିନ୍ତାରେ ରହିଛନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସଂଘ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ସାକ୍ଷାତ୍ କରି ଦାବି ଉପସ୍ଥାପନ କରିଛି ବୋଲି ପଞ୍ଚତାଳ ଦୁଲଦୁଲି ସଂଘ ସଭାପତି ରାଜ ହେର୍ଣ୍ଣା ସୂଚନା ଦେଇଛନ୍ତି ା ଦାବିପତ୍ର ପ୍ରଦାନ ସମୟରେ ସଂଘ ସମ୍ପାଦକ ଜୟସିଂହ କୁମ୍ଭାର, କେଷାଧ୍ୟକ୍ଷ ସୌଭାଗ୍ୟ ରଞ୍ଜନ ବଗର୍ତ୍ତି, କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ ନନ୍ଦ, କେଶବ ଭୋଇ, ହୀରାମଣି ବାଗ, ଲିଙ୍ଗେ କଲେତ ପ୍ରମୁଖ ଉପସ୍ଥିତ ଥିଲେ ା